ଭୁବନେଶ୍ୱରରେ ଅପରାଧୀଙ୍କ ନୂଆ ଗତିବିଧିକୁ ନେଇ ପୋଲିସ ର ଚିନ୍ତା ବଢିଛି

ଭୁବନେଶ୍ୱରରେ ଅପରାଧୀଙ୍କ ନୂଆ ଗତିବିଧିକୁ ନେଇ ପୋଲିସ ର ଚିନ୍ତା ବଢିଛି। ଗୋଠପାଟଣା ରାସ୍ତାରେ ଥିବା ଟାଇମ୍ସ ଗୁରୁକୁଳ ନିକଟସ୍ଥ ଖେଳ ପଡ଼ିଆରେ ପ୍ରତ୍ୟେକ ବୁଧବାର ବହୁ ସଂଖ୍ୟକ ଯୁବକ ଓ ବାହାର ଅଞ୍ଚଳରୁ ଆସୁଥିବା ଗାଡ଼ିର ସମାଗମ ହେଉଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ୨୦ରୁ ଅଧିକ ଚାରିଚକିଆ ଓ ଦୁଇଚକିଆ ଯାନ ସେଠାରେ ଏକତ୍ରିତ ହେଉଛି, ଯାହାକୁ ନେଇ ସନ୍ଦେହ ଘନୀଭୂତ ହେଉଛି।

ଅଞ୍ଚଳବାସୀଙ୍କ ଅଭିଯୋଗ, ଏହି ଘଟଣା ରେ କିଛି କୁଖ୍ୟାତ ଅପରାଧୀ ଓ ପୂର୍ବରୁ ବିଭିନ୍ନ ଗୁରୁତର ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଯୋଗ ଦେଉଛନ୍ତି। ଚିନ୍ତାର ବିଷୟ ହେଲା, ସେମାନଙ୍କ ସହ ଅନେକ ନାବାଳକ ଓ ଯୁବକ ମଧ୍ୟ ମିଶୁଥିବା କଥା ଚର୍ଚ୍ଚା ହେଉଛି। ଏହା ଦ୍ୱାରା ଯୁବପିଢ଼ି ଅପରାଧୀ ଚକ୍ରର ପ୍ରଭାବରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

ସ୍ଥାନୀୟ ସୂତ୍ରର ଦାବି ଅନୁସାରେ, ଏହି ଅଞ୍ଚଳ ଅପେକ୍ଷାକୃତ ନିଛାଟିଆ ହୋଇଥିବାରୁ ଏଠାରେ ଅସାମାଜିକ କାର୍ଯ୍ୟକଳାପ ଚାଲିଥିବା ସନ୍ଦେହ ରହିଛି। ତେବେ ଏହି ସମସ୍ତ ଅଭିଯୋଗର ସରକାରୀ ସ୍ପଷ୍ଟୀକରଣ ଏପର୍ଯ୍ୟନ୍ତ ହୋଇନାହିଁ।

ଯଦି ପ୍ରକୃତରେ ଏଠାରେ ଅପରାଧୀ ନେଟୱର୍କ ସକ୍ରିୟ ହେଉଛି। ତେବେ ସ୍ଥାନୀୟ ପୋଲିସ ଓ ଗୁଇନ୍ଦା ବିଭାଗ ଏହା ଉପରେ ନଜର ଦେବାର ଆବଶ୍ୟକତା ଅଛି।
ଭୁବନେଶ୍ୱର ରୁ ଦୁର୍ଗା ମହଲା ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *