ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, “ନିୟୁଜ ରୁମ “କୁ।ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ରେ ମା ତାରିଣୀ ଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ।
ମାଙ୍କ ଦର୍ଶନ କରି ସମସ୍ତଙ୍କର ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ।
ଆଜି ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ। ଏହି ଅବସରରେ ଲକ୍ଷାଧିକ ଭକ୍ତ ମା ତାରିଣୀ ଙ୍କୁ ଦର୍ଶନ କରିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆସି ମା ତାରିଣୀଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

ମାଆ ତାରିଣୀ ଙ୍କୁ ଦର୍ଶନ କରି ସାରା ଓଡ଼ିଶା ବାସୀଙ୍କର ମଙ୍ଗଳ କାମନା କରିବା କେନ୍ଦୁଝର ଜିଲ୍ଲା କିଭଳି ସମୃଦ୍ଧ ଜିଲ୍ଲା ହେବ, ଓଡ଼ିଶା କିଭଳି ସମୃଦ୍ଧ ରାଜ୍ୟ ହେବ ଓ ରାଜ୍ୟରେ ଥିବା ଦଳିତ ବର୍ଗର ଲୋକ, ପଛୁଆ ବର୍ଗର ଲୋକ, ଆଦିବାସୀ ଲୋକ ଓ ରାଜ୍ୟରେ ବିଭିନ୍ନ ସମସ୍ୟାରେ ଥିବା ଲୋକ ମାଙ୍କର କିଭଳି ସର୍ବାଙ୍ଗୀନ ଉନ୍ନତି ହେବ ସେନେଇ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅନ୍ୟପକ୍ଷରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ କିଭଳି ୩କୋଟି ୨୮ ଲକ୍ଷ ଲୋକ ପ୍ରତ୍ୟେକ ବ୍ୟକ୍ତି ପିଛା ୧୦ କିଲୋ ଚାଉଳ ପାଇବେ ତାହା କାର୍ଯକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଘଟଗାଁ ରୁ ମନୋଜ କୁମାର ପାତ୍ର ଙ୍କ ରିପୋର୍ଟ ଫୋଟ ନିୟୁଜୁ ଟାଇମ୍ସ।
