ମା ତାରିଣୀଙ୍କ ବିଶ୍ଵ ପ୍ରସିଦ୍ଧ ଚଇତି ପର୍ବ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ।

ଫଟୋ ନିୟୁଜ, “ନିୟୁଜ ରୁମ “କୁ ସ୍ୱାଗତ କରୁଛି ମୁଁ ବର୍ଷା।ମା ତାରିଣୀଙ୍କ ବିଶ୍ଵ ପ୍ରସିଦ୍ଧ ଚଇତି ପର୍ବ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ।

କେନ୍ଦୁଝର ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ବାସୀନି ମା ତାରିଣୀଙ୍କ ୯୦ ତମ ଚଇତି ପର୍ବ ପାଇଁ ଆଜି ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ମାଆ ତାରିଣୀଙ୍କ ପୀଠରେ ଏହି ଚଇତି ପର୍ବ ଆସନ୍ତା ଏପ୍ରିଲ ମାସ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ଚଇତି ପର୍ବ ଅବସରରେ ମା” ୭ ଦିନ ଧରି ସୁନା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ।

ଚଇତି ପର୍ବ ରେ ମା ତାରିଣୀ ଙ୍କୁ ଦର୍ଶନ କରିବା ପାଇଁ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ପୂର୍ବ ଭଳି ଚଇତି ପର୍ବ ବେଶ ଧୁମଧାମରେ ପାଳିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ପ୍ରସ୍ତୁତି ବୈଠକରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି, ଡ୍ରାଇଭର ମହାସଂଘ ପ୍ରମୁଖ ଯୋଗ ଦେଇଥିଲେ ।
ଘଟଗାଁ ରୁ ଫଟୋ ନିୟୁଜ ଟାଇମ୍ସ ର ସାମ୍ବାଦିକ ମନୋଜ ପାତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *