ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।

ବିଜେପି ସର୍ବଦା ଜନଜାତି ସମାଜର ବିକାଶ ପାଇଁ ପ୍ରତିଶୃତିବଦ୍ଧ ବୋଲି ମନମୋହନ ସାମଲ ମତ ବ୍ୟକ୍ତ କରିଛନ୍ତି।

ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଜନଜାତି କଲ୍ୟାଣ ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ

ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସଂପର୍କରେ ସୂଚନା ଦେଇ ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ କହିଛନ୍ତି ଯେ, ନିଜ ଐତିହ୍ୟ ଏବଂ ସଂସ୍କୃତି ପାଇଁ ଓଡିଶା ପ୍ରଦେଶର ଅନୁସୁଚିତ ଜନଜାତି ସମଗ୍ର ଦେଶରେ ଖ୍ୟାତି ଅର୍ଜନ କରିଛି ।

ଆଦିବାସୀମାନଙ୍କ ମୁଖ୍ୟ ବୃତି ହେଉଛି ଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ । ଆଦିବାସୀମାନଙ୍କର ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଲଘୁ ବନଜାତ ଦ୍ରବ୍ୟକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ପାଇଁ ଏମଏସପି ବୃଦ୍ଧି କରିଛନ୍ତି । ଜନଜାତି କ୍ଷେତ୍ର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯେଉଁ କଲ୍ୟାଣମୂଳକ ଯୋଜନାଗୁଡିକ କାର୍ଯ୍ୟକାରୀ କରିଛନ୍ତି, ସେଥିପାଇଁ କାର୍ଯ୍ୟକାରିଣୀ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।


କାର୍ଯ୍ୟକାରିଣିରେ ମୋର୍ଚ୍ଚାର ଉପସଭାପତି ଫାଗୁ ହାଁସଦା, ହୃଷିକେଶ ଦେହୁରୀ, ସାଧାରଣ ସଂପାଦକ ଧୃବ କାଲୋ, ଗଙ୍ଗାରାମ ସୋରେଙ୍ଗ, ସଂପାଦକ ଅର୍ଜୁନ କିସକୋ, ଅନୁପମା ନାୟକ, ମିଥିଲା ଟୁଡୁଙ୍କ ସମେତ ଅନୁସୂଚୀତ ଜନଜାତିଙ୍କୁ ପ୍ରତିନିଧିତ୍ୱ କରୁଥିବା ବିଜେପି ବିଧାୟକ, ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ, ମୋର୍ଚ୍ଚାର ସମସ୍ତ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

(ବିଜେପି ମିଡିଆ ସେଲ୍‌)

Leave a Reply

Your email address will not be published. Required fields are marked *