ମୁଁ ବର୍ଷା ଫଟୋ ନିୟୁଜ,” ନିୟୁଜ ରୁମ”କୁ ସ୍ୱାଗତ କରୁଛି। ଶଗଡ଼ ରେ ଆସିଲେ ମା ଜଗତ ଜନନୀ।
ଭଞ୍ଜନଗର ର ଐତିହାସିକ ଠାକୁରାଣୀ ଯାତ୍ରା ଆଜି ଆରମ୍ଭ ହୋଇ ଯାଇଛି, ଆଜି ମା ନିଜ ଗମ୍ଭୀରା ଘର ଛାଡ଼ି ନିଜ ସନ୍ତାନ ମାନଙ୍କୁ ଭେଟିବା ପାଇଁ ଆସିଛନ୍ତି ଭଞ୍ଜନଗର ବଡ ଦାଣ୍ଡକୁ।କେଉଁ ଅନାଦି କାଳରୁ ଅନୁଷ୍ଠିତ ହେଉଥିବା ଠାକୁରାଣୀ ଯାତ୍ରା ପ୍ରତ୍ୟୁକ ତିନି ବର୍ଷ ରେ ଥରେ ଅନୁଷ୍ଠିତ ହୋଇଥାଏ।ଏହି ଯାତ୍ରା ରେ କୁଲାଡ଼ ମା ବ୍ୟାଘ୍ର ଦେବୀ ଓ ଭଞ୍ଜନଗର ସହର ଉପକଣ୍ଠ ରେ ଥିବା ବୁଢୀ ଠାକୁରାଣୀ ଙ୍କୁ ପୂଜା କରାଯାଇଥାଏ।ସବୁ ଠାରୁ ଆଶ୍ଚର୍ଯ୍ୟ କଥା ମା କୁଲାଡ଼ ଠାରୁ ଭଞ୍ଜନଗର କୁ ପାରମ୍ପରିକ ଶଗଡ଼ ଗାଡ଼ିରେ ବସି ଆସନ୍ତି।ହଜାର ହଜାର ଶ୍ରଦ୍ଧାଳୁ ମା ଙ୍କୁ ଘଣ୍ଟ ଘଣ୍ଟା ମଧ୍ୟରେ ପାଛୋଟି ଆଣନ୍ତି।ମାଙ୍କ ଘଟ ପ୍ରତିମା କୁ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ଧରି ଅସ୍ଥାୟୀ ମଣ୍ଡପ ପ୍ରଯ୍ୟନ୍ତ ଆଣିଥିଲେ।ଚଳିତ ବର୍ଷ ଏହି ଠାକୁରାଣୀ ଯାତ୍ରା କୁ ଐତିହାସିକ କରିବା ପାଇଁ ଯାତ୍ରା କମିଟି, ଭଞ୍ଜନଗର ପୋଲିସ ଓ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛନ୍ତି।ଚଳିତ ବର୍ଷ ଠାକୁରାଣୀ ଯାତ୍ରା କୁ ସରସ ସୁନ୍ଦର କରିବା ପାଇଁ ଗଞ୍ଜାମ ଜିଲ୍ଲା ପାଳ ଓ ଭଞ୍ଜନଗର ମାନ୍ୟବର ବିଧାୟକ ତଥା ଭଞ୍ଜନଗର ପୌରପରିଷଦ ଅଧ୍ୟକ୍ଷ ଗୋପ ବନ୍ଧୁ ମହାପାତ୍ର ସ୍ୱତନ୍ତ୍ର ଭାବେ ଦୃଷ୍ଟି ରଖି ପରିଚାଳିତ କରୁଛନ୍ତି।ଭଞ୍ଜନଗର ସହର କୁ ସରସ ସୁନ୍ଦର କରିବା ପାଇଁ ସାଜସଜ୍ଜା ସହ ଝୋଟି ,କାନ୍ଥ ଚିତ୍ର, ଆଲୋକ ସଜ୍ଜା କରିଛନ୍ତି।ସେହିପରି ମା ଙ୍କ ଆଗମନ ସମୟରେ ରାଜ୍ୟ ର ବିଭିନ୍ନ ସ୍ଥାନରୁ ଆସିଛନ୍ତି ବହୁ ଲୋକ କଳା, ଲୋକ ନୃତ୍ୟ ବାଦ୍ୟ ସହ ସାଂସ୍କୃତିକ ଦଳ।ମା ଙ୍କ ଆସିବା ସମୟରେ ଆତସ ବାଜି ର ରଙ୍ଗୀନ କାର୍ଯ୍ୟକ୍ରମ ବହୁତ ଆକର୍ଷଣୀୟ ଥିଲା। ଏପ୍ରିଲ ୨୬ ତାରିଖ ରୁ ମେ ୨୦ ତାରିଖ ଚବିଶ ଦିନ ଧରି ହେବାକୁ ଥିବା ଠାକୁରାଣୀ ଯାତ୍ରା ସମୟରେ ନିଜର ନୃତ୍ୟ ଗୀତ ପରିବେଷଣ କରିବାକୁ ଆସିବେ ବହୁ ନାମିଦାମୀ କଳାକାର।ସେହିପରି ସହର ର ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ମିନା ବଜାର ,ଅପେରା, ସର୍କସ ଭଳି କାର୍ଯ୍ୟକ୍ରମ।ଏହିସବୁ କୁ ଦୃଷ୍ଟିରେ ରଖି ଭଞ୍ଜନଗର ପୋଲିସ ବ୍ୟାପକ ଭାବେ ଟ୍ରାଫିକ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡାକଡି କରିଛି।

ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
