ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ସରକାରୀ ତଥ୍ୟ ଅନୁଯାଇ ବର୍ବରତା ଆକ୍ରମଣ ରେ ମୃତୁବରଣ କରିବାରେ ରାଜ୍ୟ ରେ ଓଡିଶା ୧ ନମ୍ବର |
ମହିଳାଙ୍କ ବିରୁଦ୍ଧ ଅପରାଧରେ ଓଡିଶା ରାଜ୍ୟ ରେ ଦ୍ୱତୀୟ |
ପିପିଲି କଣାସ ପରେ ରାଜଧାନୀ ବାଲିଅନ୍ତା ଗାଁ ଲୋକେ ମିଶି ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା ସାରା ଦେଶରେ ଆଲୋଚନା ର ବିଷୟ ସାଜିଛି |
୨୦୨୪ ତୁଳନାରେ ଏନସିଆରବି ରିପୋର୍ଟ ବଢ଼ାଇଲା ଚିନ୍ତା | ପୋଲିସ ର ପାରିବା ପଣିଆ ଉପରେ ଉଠିଲା ପ୍ରଶ୍ନ |
ଓଡିଶାରେ ବଢୁଛି ଅପରାଧ। ଆଇନ-ଶୃଙ୍ଖଳା ଉପରେ ଉଠୁଛି ପ୍ରଶ୍ନବାଚୀ।

ଓଡିଶାରେ ବଢୁଥିବା ଅପରାଧିକ ଘଟଣା ଏବେ ସାଧାରଣ ଲୋକଙ୍କ ମନରେ ଗଭୀର ଆତଙ୍କ ସୃଷ୍ଟି କରିଛି। ଦିନକୁ ଦିନ ବର୍ବରତା, ମହିଳାଙ୍କ ଉପରେ ନିର୍ଯାତନା, ଗୋଷ୍ଠୀଗତ ଆକ୍ରମଣ ଏବଂ ସାର୍ବଜନୀନ ସ୍ଥାନରେ ହିଂସାର ଘଟଣା ରାଜ୍ୟର ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ପ୍ରଶ୍ନବିଦ୍ଧ କରୁଅଛି।

ପିପିଲି-କଣାସର ଚର୍ଚ୍ଚିତ ଘଟଣା ପରେ ଏବେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଗାଁ ଲୋକେ ମିଶି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା କେବଳ ଏକ ହତ୍ୟାକାଣ୍ଡ ନୁହେଁ, ବରଂ ଏହା ସମାଜରେ ଆଇନ ପ୍ରତି ଭୟ କମିଯାଇଥିବାର ଏକ ଶଙ୍କେତ।
ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି,ଯଦି ଲୋକେ ଆଇନକୁ ନିଜ ହାତରେ ନେବାକୁ ସାହସ କରୁଛନ୍ତି, ତେବେ ପୋଲିସ ପ୍ରଶାସନ କେଉଁଠି ଅଛି। ଏହା ସୂଚାଉଛି ପୋଲିସର ଗୁଇନ୍ଦା ବିଫଳତା ଏବଂ ଆଇନ ପ୍ରୟୋଗରେ ନେତା ମାନଙ୍କର ହୁକୁମ ଜାହିର।

ମହିଳାଙ୍କ ବିରୋଧରେ ଅପରାଧ ଘଟଣା ମଧ୍ୟ ଚିନ୍ତାଜନକ ଭାବେ ବଢୁଛି। ଦୁଷ୍କର୍ମ, ନିର୍ଯାତନା, ଘରୋଇ ହିଂସା, ଏବଂ ଛେଡ଼ାଛେଡ଼ି ଘଟଣାରେ ରାଜ୍ୟର ସ୍ଥିତି ବୁଦ୍ଧିଯିବି ମହଲ ରେ ଚର୍ଚ୍ଚା ଜୋର ଧରିଛି। ଯଦି ରାଜଧାନୀ ଉପକଣ୍ଠରେ ଏପରି ଘଟଣା ଘଟୁଛି, ତେବେ ଗ୍ରାମାଞ୍ଚଳର ସ୍ଥିତି କେତେ ଭୟାବହ ହୋଇପାରେ ତାହା ସହଜରେ ଅନୁମାନ କରାଯାଇପାରେ।କଙ୍ଗାରୁ କୋର୍ଟ ଏଥିପାଇଁ ଦାଈ ଅଟେ। ଫାଣ୍ଡି ମାଙ୍କରେ କୁଜି ନେତାମାନେ କଙ୍ଗାରୁ କୋର୍ଟ କରି ଫାଣ୍ଡି ଅଧିକାରୀଙ୍କ ପକେଟ ଗରମ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ଏଥିପାଇଁ ଡି. ସି. ପି., ସି. ପି. ଏବଂ ଉଚ୍ଚ ପଦସ୍ତ ଅଧିକାରୀ ମାନେ ଦାଈ ଅଟନ୍ତି।
ଅପରାଧ ନିୟନ୍ତ୍ରଣରେ ପୋଲିସର କାର୍ଯ୍ୟଦକ୍ଷତା ଓ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠୁଛି। କେବଳ ଘଟଣା ପରେ ଗିରଫଦାରୀ କରିଦେବାରେ ସମସ୍ୟାର ସମାଧାନ ହୋଇପାରେ ନାହିଁ। ଆବଶ୍ୟକତା ଅଛି ପୂର୍ବରୁ ଅପରାଧ ରୋକିବା ପାଇଁ ଶକ୍ତିଶାଳୀ ପଦକ୍ଷେପ ନେବା ଉଚିତ।
ଭୁବନେଶ୍ୱର ରୁ ଦୁର୍ଗା ମହଲା ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
