କୋମନା ସ୍ନେକ ହେଲ୍ପ ଲାଇନର ସୁରେଶ କୁମାର ମଲ୍ଲିକ ଓ କମଳ ପାଣ୍ଡେ ସାପ ଦେଖିବା ମାତ୍ରେ ଭୟବିତ ନ ହୋଇ ଆବଶ୍ୟକ ସୁରକ୍ଷା ପଦକ୍ଷେପ ପାଇଁ କୋମନା +୩ କଲେଜର ଛାତ୍ର ଛାତ୍ରୀଙ୍କୁ ତାଲିମ ପ୍ରଦାନ ନୂଆପଡ଼ା ଜିଲ୍ଲା କୋମନା ସ୍ଥିତ ଯୁକ୍ତ ୩ କଲେଜର ଛାତ୍ର ଛାତ୍ରୀଙ୍କୁ ସାପ ଦେଖିବା ମାତ୍ରେ ଭୟବିତ ନ ହୋଇ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନେଇ ତାଲିମ ପ୍ରଦାନ କରିଛନ୍ତି। ନିଶ୍ଚିତ ରୁପ ସାପ ଏବଂ ମନୁଷ୍ୟ ମଧ୍ୟେ ଜୀବଜଗତ ରେ କୌଣସି ଶତ୍ରୁତା ନାହିଁ। ଉଭୟ ଭୁଲ ବଶତଃ ଭୟରେ ଆକ୍ରମଣ କରିଥାଏ।

ସାପ ଜୀବ ଜଗତରେ ଲୋପ ପାଇବାକୁ ବସିଲେଣି। ଏହାର ସୁରକ୍ଷା ମଧ୍ୟ ଆବଶ୍ୟକ ଅଟେ। ତେଣୁ ସମସ୍ତ ପ୍ରାଣୀଙ୍କ ସ୍ୱତନ୍ତ୍ରତା ରହିଅଛି। ନିଜ ଚତୁର୍ପାର୍ଶ୍ୱରେ ସାପ ଦେଖିଲେ ଭୟଭୀତ ନ ହୋଇ ତାଙ୍କୁ କିପରି ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ କରିଥିଲେ।ଛତ୍ର ଛାତ୍ରୀ ମଧ୍ୟ ଏହି ଶିବିର ରେ ନିଜ ସହ ପ୍ରାଣୀଙ୍କୁ ମଧ୍ୟ ବଞ୍ଚିବାର ଅଧିକାର ଉପରେ ଅବଗତ ହୋଇଥିଲେ।
