ସ୍କୁଲର ସୁପରିଟେଣ୍ଡଣ୍ଟ ଦେବେନ୍ଦ୍ର କୁମାର ପଣ୍ଡା କହିଥିଲେ କି ଏହି ବିଷୟ ସବୁ ସମ୍ପୁର୍ଣ୍ଣ ମିଥ୍ୟା

ମୁଁ ବର୍ଷା ଫଟୋ ନିୟୁଜ, “ନିୟୁଜ ରୁମ “କୁ ସ୍ୱାଗତ କରୁଛି।ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଅନ୍ତର୍ଗତ ଭାରସିଂରେ ଅବସ୍ଥିତ ଆଶ୍ରମ ସ୍କୁଲ ବା ଉଚ୍ଚ ବିଦ୍ୟାଳୟ ବିଷୟରେ ରାୟଗଡ଼ା ଜିଲ୍ଲାରେ ଗତ ୧/୪/୨୦୨୬ ଓ୪/୪/୨୦୨୬ତାରିଖରେ ମିଳିଥିବା ଖବର ଅନୁଯାଇ ।

ଏହି ବିଷୟରେ ଆମ ଗୁଣପୁର ପ୍ରତିନିଧି କିଛି ତଥ୍ୟ ସଂଗ୍ରହ କରିଥିଲେ। ସ୍କୁଲରେ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ଉତ୍କଳ ଦିବସ ଦିନ ମଧ୍ୟାହ୍ନ ଭୋଜନ ଓ ଛାତ୍ରଛାତ୍ରୀ ମାନଙ୍କୁ ଟି. ସି.ଦେବା ବିଷୟରେ ପ୍ରଶ୍ନ କରିଥିଲେ। ଏହି ବିଷୟରେ ସ୍କୁଲର ସୁପରିଟେଣ୍ଡଣ୍ଟ ଦେବେନ୍ଦ୍ର କୁମାର ପଣ୍ଡା କହିଥିଲେ କି ଏହି ବିଷୟ ସବୁ ସମ୍ପୁର୍ଣ୍ଣ ମିଥ୍ୟା ଏବଂ ସେହି ସ୍କୁଲରୁ ରିଲିଫ୍ କରାଯାଇଥିବା ଶିକ୍ଷା ବିଭାଗର ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ମୋ ବିରୋଧରେ ଏପରି ଚକ୍ରାନ୍ତ ସବୁ କରୁଛନ୍ତି ବୋଲି ସେ ମତ ଦେଇଥିଲେ।ଉତ୍କଳ ଦିବସରେ ସ୍କୁଲରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ CRC ଙ୍କ ନୀର୍ଦ୍ଦେଶ କ୍ରମେ ମଧ୍ୟାହ୍ନର ଭୋଜନ ଆୟୋଜନ କରାଯାଇନଥିଲା।

ପିଲାମାନଙ୍କର ଖାଇବା ପିଇବାରେ କୌଣସି ପ୍ରକାରର ଅଭାବ ହୋଇନଥିଲା ବୋଲି କହିଛନ୍ତି। ଏହି ବିଷୟରେ ଅଧିକ ଜାଣିବା ପାଇଁ ସ୍କୁଲ ର ଛାତ୍ର ମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଛାତ୍ର ମାନେ ଓ ତାଙ୍କର ଅଭିଭାବକଙ୍କୁ ପଚରା ଯାଇଥିଲା ଏବଂ ଏହି କ୍ଷେତ୍ରର କୌଣସି ପ୍ରକାର ଅସନ୍ତୁଷ୍ଟ କର ଉତ୍ତର ମିଳିନଥିଲା। ଦ୍ଵିତୀୟତଃ ପିଲାମାନଙ୍କର ଟି ସି ନେବା ବିଷୟରେ ମଧ୍ୟ ଜବାବ ଦେଇଥିଲେ। ପ୍ରଧାନ ଶିକ୍ଷକ ଆଉ ଏକ ବିଷୟ ନେଇ କହିଥିଲେ ଯେ ତାଙ୍କୁ କିଛି ବ୍ୟକ୍ତି ବିଶେଷ ଏକ ଲକ୍ଷ ଟଙ୍କା ମାଗିଥିଲେ ବୋଲି ସେ କହିଛନ୍ତି। ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *