ରାଜଗାଙ୍ଗପୁର ଗୁଳିକାଣ୍ଡ ର ସତ୍ୟ ପର୍ଦ୍ଧାଫାଶ କଲେ ପୋଲିସ।

ରାଜଗାଙ୍ଗପୁର ଗୁଳିକାଣ୍ଡ ର ସତ୍ୟ ପର୍ଦ୍ଧାଫାଶ କଲେ ପୋଲିସ। ରାଜଗାଙ୍ଗପୁର ପୈlରପାଳିକl ଅନ୍ତର୍ଗତ ବାଣ୍ଠୁପଡା ବାବା ଛକ ନିକଟରେ ଏମ.ଡି ଶମସେର ଙ୍କ ହାତରେ ଗୁଳି ବାଜି ଗୁରୁତର ଆହାତ ଅବସ୍ଥାରେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରିବାପରେ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା।

ଉକ୍ତ ଘଟଣା ସମ୍ପର୍କରେ ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୁଷଣ ଭୋଇ, ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନଙ୍କ ଅତିରିକ୍ତ ଅଧିକାରୀ ବିଜୟ ଦାସ,ଏଏସ ଆଇ ହେମନ୍ତ ଧେରୁଆ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିବାପରେ ରାଜଗାଙ୍ଗପୁର ଇଦଗା ମହଳାର ମହମ୍ମଦ ଯଶିମ,ସହନାବାଜ ଖାନ, ଶାନ୍ତି ନଗର ଅଞ୍ଚଳ ର ଇମାମ ରାଜା ଏନସାରି ଓ ପୋଟସିଂ ଲିପଲୋଇ ବାସିନ୍ଦା କ୍ରିଷ୍ଣା ଗୋସାଇଁ କୁ ଗିରଫ ପରେ ଥାନା ରେ ଜେରା ସମୟ ରେ

ପୁର୍ବ ଶତ୍ରୁତା କୁ କେନ୍ଦ୍ରକରି ଗୁଳିକାଣ୍ଡ ସମ୍ବନ୍ଧରେ ଅବଗତ କରାଇଥିଲେ। ସେମାନଙ୍କ ଠାରୁ ତିନୋଟି ମଟରସାଇକେଲ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ରାଜଗାଙ୍ଗପୁର ପୋଲିସ ଷ୍ଟେସନ କେସ ନଂ ୧୯୯/୨୯. ୪. ୨୦୨୫ ଭାରତୀୟ ନ୍ୟାୟ ସଂହିତା ବିଭିନ୍ନ ମାମଲାରେ କେସ ରୁଜୁ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ସୁଚନା ଦେଇଥିଲେ। ଉକ୍ତ ଘଟଣା ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି।
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *