ସାଧାରଣ ଲୋକମାନେ ମତ ଦେଉଛନ୍ତି ଯେ ରାୟଗଡାର ପରିବହନ ବିଭାଗ ଗାଡ଼ି ଏବଂ ଚାଳକ ମାନଙ୍କଠାରୁ ଅନିୟମିତତା ପାଇଁ ସରକାରୀ ଚାଲାଣ କାଟୁଛନ୍ତି। କିନ୍ତୁ ଚାଲାଣ ନ କାଟି ନିଜ ପାଇଁ ମୋଟା ଅଙ୍କର ଅର୍ଥ ସଂଗ୍ରହ କରୁଛନ୍ତି। ଯାହାଫଳରେ ମଦ ପିଇ କରି ଗାଡ଼ି ଚଳାଉଥିବା ବ୍ୟକ୍ତି, ଡ୍ରାଇଭିଂ ଲାଇସେନ୍ସ ନଥିବା ଅଧାଚଳାଇ ଶିଖିଥିବା ଡ୍ରାଇଭର ମାନେ ଜନ ସାଧାରଣଙ୍କର ବହୁ କ୍ଷତି କରୁଛନ୍ତି।
ଏଭଳି ଏକ ଘଟଣା ଘଟିଛି, ରାୟଗଡା ସଦର ଓଭର ବ୍ରିଜ ଉପରେ ସ୍କୁଟି ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ଫଳରେ ସ୍କୁଟି ଚାଳକ ଅଳ୍ପକେ ବର୍ତ୍ତୀ ଥିବାବେଳେ ଘଟଣା ସ୍ଥଳରୁ ଟ୍ୟାଙ୍କର ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି ।ସ୍କୁଟି ନମ୍ବର ଓ.ଡି ୧୮ଏଲ ୦୯୪୭ ଥିବାବେଳେ ପାଉଡର ବଝେଇ ଟ୍ୟାଙ୍କର ଗାଡି ନମ୍ବର – ଓ.ଡି ୧୫ କେ ୭୬୫୨ ଉଭୟ ଗାଡି ତଳକୁ ଖସିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ କାହାର ଜୀବନ ହାନି ହୋଇନଥିବା ଜଣାପଡିଛି। ଆଞ୍ଚଳିକ ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ ଏକ ନିର୍ଦେଶନାମା ଜାରି କରିଥିଲେ ଯେ ରାୟଗଡା ସହର ମଧ୍ୟଦେଇ ଭାରୀଯାନ ସକାଳ ୭ରୁ ୧୨ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୬ରୁ ରାତ୍ର ୧୦ପର୍ଯ୍ୟନ୍ତ ଚଳାଚଳ କରିବ ନାହିଁ।
କିନ୍ତୁ ଏହି ନିର୍ଦେଶନାମା କାର୍ଯ୍ୟକାରୀ ହେଉ ନାହିଁ।ଏହାର ଆଜି ପୁନରାବୃତ୍ତି ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାଇ ଦିନ ଦୁଇ ପହରରେ ପୋଲିସ ଓ ପ୍ରଶାସନଙ୍କ କଟକଣା ଥାଇମଧ୍ୟ ଏଭଳି ଭାରୀଯାନ କୁ କେମିତି ଛାଡିଲେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଉଛି। ଏଠାରେ ସ୍ଥାନୀୟ ବିଧାୟକ ପ୍ରତିକ୍ରିୟା ରଖିଛନ୍ତି ଯେ ତୁରନ୍ତ ପ୍ଲାଏ ଓଭର ବ୍ରିଜ କୁ ମରାମତି କରାଯାଉ ଏବଂ ଭାରୀଯାନ ଗାଡିକୁ ସହର ମଧ୍ୟକୁ ଆସିବା ପାଇଁ ଥିବା କଟକଣା ବଳବତ୍ତର ରଖାଯାଉ।ଆମ ସାମ୍ୱାଦିକଙ୍କୁ ସ୍ଥାନୀୟ ବିଧାୟକ, ସନ୍ତୋଷ କୁମାର ଦଳେଇ ଏବଂ ରୁଦ୍ର ସାହୁ ସେମାନଙ୍କର ବହୁମୂଲ୍ୟ ପ୍ରତିକ୍ରିୟା ଦେଇଛନ୍ତି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।