ରାୟଗଡା ଜିଲ୍ଲାରେ ତାମିଲ ସମ୍ପ୍ରଦାୟର ମନ୍ଦିରର ୧୮ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହାକୁ ବୁଦ୍ଧିଜିବୀ ମହଲରେ ଉଭୟ ସମ୍ପ୍ରଦାୟର ଭାଇଚାରାର ଅଭିବୃଦ୍ଧିର ଏକ ପ୍ରତୀକ ବୋଲି ମତ ଦେଇଛନ୍ତି।
ରାୟଗଡ ଜିଲ୍ଲା ଗୁଣପୁର ସ୍ଥିତ ଭଗବାନ “ଶ୍ରୀ ଆୟାପ୍ପ ସ୍ଵାମୀ” ମନ୍ଦିରରେ ଆଜି ଅଠର ବର୍ଷ ପୁର୍ତ୍ତି ସମାରୋହ ଉସ୍ତବ ବଡ଼ ଆଡମ୍ବରରେ ପାଳିତ ହୋଇଛି। ଶ୍ରୀ ଆୟାପ୍ପ ସ୍ଵାମୀ ମନ୍ଦିର ଗୁଣପୁର ରେ ଥାୟରାମ୍ମା ମହିଳା ମହାବିଦ୍ୟାଳୟ ନିକଟସ୍ଥ ରାଜରାସ୍ତା ନିକଟରେ ୨୦୦୭ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମନ୍ଦର ପ୍ରତିଷ୍ଠା ହୋଇ ଅଠର ବର୍ଷ ପୁର୍ତ୍ତି ହୋଇଥିବାରୁ ମନ୍ଦିରକୁ ନୂତନ ଭାବେ ସାଯସାଯ୍ୟ କରିଥିଲେ।
ଭଗବାନଙ୍କ ମୂର୍ତ୍ତି ବିଭିନ୍ନ ପ୍ରକାର ଅଳଙ୍କାରରେ ସାଯସାଯ୍ୟ କରି ଭଗବାନ ଆୟାପ୍ପଙ୍କୁ ଏକ ସ୍ଵର୍ଣ୍ଣ ମୁକୁଟ ମଧ୍ୟ ପିନ୍ଧାଯାଇଥିଲା। ସ୍ଵର୍ଣ୍ଣ ମୁକୁଟ ର ମୂଲ୍ୟ ପ୍ରାୟ ୮୦ ଲକ୍ଷରୁ ଅଧିକ ବୋଲି ମନ୍ଦିର ପ୍ରଶାସନ ତରଫରୁ ଜଣାଇଛନ୍ତି।ଏହି ସ୍ଵର୍ଣ୍ଣ ମୁକୁଟ ଗୁଣପୁର ସ୍ଥିତ କାନ୍ୟାକ ପରମେଶ୍ବରୀ ମନ୍ଦିରରୁ ବଡ଼ ଆଡମ୍ବରରେ ପ୍ରଦର୍ଶନ କରି ଆୟାପ୍ପା ମନ୍ଦିରକୁ ଆଣିଥିଲେ । ମୁକୁଟ ଧାରଣ ସୁଭ ମୁହୁର୍ତ ସକାଳ ୧୦ ଘଣ୍ଟା ୧୫ ମିନିଟ୍ ଥିଲା । ମୁକୁଟ ଧାରଣ ସକାଶେ ହୋମଯଜ୍ଞ ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭଗବାନ ଆୟାପ୍ପଙ୍କ ଦର୍ଶନ ପାଇଁ ଗୁଣପୁର ଆଖପାଖ ପ୍ରାୟ ୧୦୦ରୁ ଅଧିକ ଗ୍ରାମରୁ ଓ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ବହୁତ ଭକ୍ତମାନଙ୍କ ଭିଡ଼ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଦର୍ଶନ ପାଇଁ ଆସିଥିବା ଭକ୍ତମାନଙ୍କ ପାଇଁ ଭଗବାନଙ୍କ ଅନ୍ନପ୍ରସାଦ ବଣ୍ଟନର ଆୟୋଜନ ମଧ୍ୟ ହୋଇଥିଲା ।
ଗୁଣପୁରରୁ ଗଣେଶ କୋଲା ଏବଂ ରାୟଗଡାର ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।