ବଡ଼ ଲୋକଙ୍କୁ ଉତ୍ତର ନାହିଁ ଗ୍ରାହକଙ୍କୁ ଠକୁଛି ବିଶାଲ ମେଗା ମାର୍ଟ

ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି ଟ୍ରାଫିକ ପୋଷ୍ଟ। ଟ୍ରାଫିକ ପୋଷ୍ଟ ଯେଭଳି ଟ୍ରାଫିକ ନିୟନ୍ତ୍ରଣ କରେ, ଆମେ ଏହି ନ୍ୟୁଜ ମାଧ୍ୟମ ରେ ଅପରାଧ ନିୟଂତ୍ରଣ କରିବାକୁ ଚେଷ୍ଟା କରୁଅଛୁ। ଛୋଟ ଦୋକାନୀ ମାନେ କୌଣସି ପ୍ରକାର ଗ୍ରାହକମାନଙ୍କ ପ୍ରତି ପ୍ରତାରଣା, ଖରାପ ବ୍ୟବହାର ଏବଂ ଠକିବାକୁ ଚେଷ୍ଟା କଲେ ଜନସାଧାରଣଙ୍କ ଠାରୁ ଏବଂ ସରକାରୀ ଅଫିସର ବାବୁମାନଙ୍କ ଠାରୁ ତୁରନ୍ତ ଦଣ୍ଡ ପାଇଥାନ୍ତି। କିନ୍ତୁ ବୋଧୁଏ” ବଡ଼ ଲୋକଙ୍କୁ ଉତ୍ତର ନାହିଁ ” ଉକ୍ତି ଅନୁଯାଇ ରାୟଗଡା ଜିଲ୍ଲା ର ବିଶାଳ ମେଗା ମାର୍ଟ ସବୁ ଲକ୍ଷମଣ ରେଖା କୁ ଅତିକ୍ରମ କରିଯାଇଛି।
 ସେ ଯାହା ବି ହଉ,ଗ୍ରାହକଙ୍କୁ ଠକୁଛି ବିଶାଲ ମେଗା ମାର୍ଟ।ଏକ୍ସପାଇରି ସାମଗ୍ରୀ ବିକିବା ମହଙ୍ଗା ପଡିଲା ବିଶାଳ ମୋଗାମାର୍ଟକୁ।୧ ଲକ୍ଷ ଟଙ୍କା ଜୋରିମାନା ପକାଇଲେ ଫୁଡ ଅଫିସର।
 ରାୟଗଡା – ଜେକେପୁର ରୋଡ ସ୍ଥିତ ବିଶାଲ ମେଗା ମାର୍ଟ ନାମରେ ଆସିଛି ଗୁରୁତର ଅଭିଯୋଗ । ତାରିଖ ଅତିକ୍ରମ ହୋଇଯାଇଥିବା ସାମଗ୍ରୀ ବିକ୍ରୀ କରି ଗ୍ରାହକଙ୍କୁ ଶୋଷଣ କରୁଛି । ଏ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ରାୟଗଡା ସହରର ସଂଗ୍ରାମ କେଶର ପଟ୍ଟନାୟକ । ଶ୍ରୀ ପଟ୍ଟନାୟକଙ୍କ କହିବା ଅନୁଯାୟୀ ୧୪ ମେ ୨୦୨୫ ତାରିଖ ଦିନ ସେ ବିଶାଲ ମେଗା ମାର୍ଟରୁ ବିଲ ନଂ ଏଚଓ୨୨୦୬୦୦୨୦୪୦୫ ରୁ ୧୪୬୩ ଟଙ୍କା ମୂଲ୍ୟର ଜିନିଷ କିଣିଥିଲେ । ତା ପରଦିନ କିଣିଥିବା ଜିନିଷ ଗୁଡିକୁ ବିଲ ଅନୁଯାୟୀ ତାଳମେଳ କରିଥିଲେ । ସେଥିମଧ୍ୟରୁ କିଣିଥିବା ୧ କେ.ଜି ବିକାନୋ ଆଳୁ ଭୁଜିଆର ଉପଯୋଗୀ ତାରିଖ ଶେଷ ହୋଇଯାଇଥିବାର ଦେଖିବାକୁ ପାଇଥିଲେ । ଯାହାର ମୂଲ୍ୟ ୨୦୪ ଟଙ୍କା ଅଟେ। ଏ ନେଇ ସେ ବିଶାଳ ମେଗା ମାର୍ଟକୁ ଯାଇ କିଣିଥିବା ବିକାନୋ ଆଳୁ ଭୁଜିଆର ଉପଯୋଗୀ ତାରିଖ ଶେଷ ହୋଇଯାଇଛି ଏବଂ ଏହାକୁ ବଦଳାଇ ନୂଆ ଜିନିଷ ଦେବା ପାଇଁ କହିଥିଲେ । ସେଠାରେ ଥିବା କର୍ମଚାରୀ ଏଠାକାର ମ୍ୟାନେଜର ଆସିଲେ ହେବ କହି ପ୍ରାୟ ୧ ଘଂଟା ବିଶାଲ ମେଗା ମାର୍ଟର କର୍ମଚାରୀ ଅପେକ୍ଷା କରାଇଥିଲେ । ଘଟଣା ସଂପର୍କରେ ଅବଗତ ହେବା ପରେ ମ୍ୟାନେଜର ପ୍ରଥମେ ତ ଏହି ଜିନିଷ ବିଶାଲ ମେଗା ମାର୍ଟ ଠାରୁ କିଣାଯାଇନି ବୋଲି କହିଥିଲେ । ବହୁ ସମୟ ଧରି ଆଲୋଚନା ହେବା ସହ ଏହି ଜିନିଷ ବିଶାଲ ମେଗା ମାର୍ଟ ଠାରୁ କିଣାଯାଇଛି ଏବଂ ଏହାର ଉପଯୋଗୀ ତାରିଖ ଶେଷ ହୋଇ ଯାଇଛିବୋଲି ମାନିଥିଲେ ।  ଆଲୋଚନା ସମୟରେ ରାୟଗଡା ସହରର କିଛି ବୁଦ୍ଧିଜୀବି ମ୍ୟାନେଜରଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇଥିଲେ ଏବଂ ଏକ୍ସପାଇରି ହେବାକୁ ତିନି ଚାରି ଦିନର ଷ୍ଟକକୁ ଏଠାରେ କାହିଁକି ରଖାଯାଇଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । କିନ୍ତୁ ବିଶାଲ ମେଗା ମାର୍ଟର ମ୍ୟାନେଜର ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏଠାରେ ସ୍ପଷ୍ଟ ହେଉଛି ଯେ ବିଶାଲ ମେଗା ମାର୍ଟ ରାୟଗଡା ସହରବାସୀଙ୍କ ସରଳତାର ସୁଯୋଗ ନେଇ ତାରିଖ ଅତିକ୍ରମ କରିଯାଇଥିବା ଜିନିଷ ଗୁଡିକୁ ବିକ୍ରୀ କରି ଗ୍ରାହକ ମାନଙ୍କୁ ଲୁଟୁଛି ।
ଘଟଣା ସଂପର୍କରେ ରାୟଗଡା ସହରର କାର୍ଯ୍ୟରତ ସାମ୍ବାଦିକ ଜାଣିବା ପରେ ବିଶାଲ ମେଗା ମାର୍ଟର ମ୍ୟାନେଜରଙ୍କ ସହ ଆଲୋଚନା କରିବା ସହ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ । ଖାଦ୍ୟ ସୁରକ୍ଷା ଅଧିକାରୀ ବିଶାଲ ମେଗା ମାର୍ଟରେ ପହଂଚି ବିଭିନ୍ନ ଦ୍ରବ୍ୟର ମାନ, ଏକ୍ସପାଇରି ତାରିଖ ଇତ୍ୟାଦି ଯାଂଚ କରିଥିଲେ । ଯାଂଚ ସମୟରେ କିଛି ସମାଗ୍ରୀର ଏକ୍ସପାଇରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଆଉ କିଛି ସାମଗ୍ରୀ ଅପରିଷ୍କାର ଭାବେ ଥିବା ଦେଖିବାକୁ ପାଇଥିଲେ । ଏ ସବୁ ଦେଖି ଖାଦ୍ୟ ସୁରକ୍ଷା ଅଧିକାରୀ ବିରକ୍ତି ଭାବ ପ୍ରକାଶ କରିବା ସହ ବିଶାଲ ମେଗା ମାର୍ଟକୁ ଏକ ଲକ୍ଷ ଟଙ୍କା ଜୋରିମାନ ପକାଇଥିଲେ । ଏଥି ସହ ଜାତୀୟ ରାଜପଥ ଅବରୋଧ କରିଥିବାରୁ ବିଶାଲ ମେଗା ମାର୍ଟକୁ ପୌରପରିଷଦ କାର୍ଯ୍ୟାଳୟ ତରଫରୁ କାଲି ସକାଳ ସୁଦ୍ଧା ଅବରୋଧ ହଟାଇବା ପାଇଁ କୁହାଯାଇଛି ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *