କାଳବୈଶାଖୀର କରାଳ ରୂପ

ଫଟୋ ନିୟୁଜ, “ନିୟୁଜ ରୁମ” କୁ ସ୍ୱାଗତ କରୁଛି ମୁଁ ବର୍ଷା।କାଳବୈଶାଖୀର କରାଳ ରୂପ। ପ୍ରବଳ ଝଡ଼ ତୋଫାନ ସହ ବର୍ଷା। ବିଦ୍ୟୁତ ସେବା ବିଛିନ୍ନ, ବ୍ୟାପକ କ୍ଷୟକ୍ଷତି।

କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଗୁରୁବାର ରାତିରୁ ଶୁକ୍ରବାର ଭୋର ଯାଏ କାଳବୈଶାଖୀର ଭୀଷଣ ତାଣ୍ଡବ ପ୍ରଭାବରେ ଅନେକ ଗଛ ଓ ବିଜୁଳି ଖୁଣ୍ଟ ଭାଙ୍ଗିବା ସହ, ବିଜୁଳି ସରବରାହ ବିଛିନ୍ନ ହୋଇଯାଇଛି I

ଅନେକ ବ୍ୟକ୍ତିଙ୍କ ଘରର ଛପର ମଧ୍ୟ ଉଡିଯାଇଛି I ଯେଉଁ ପରିମାଣରେ ବିଜୁଳି ତାର ଗୁଡିକ ଓହଳିକି ରହିଛି ବିଜୁଳି ସରବରାହ ସ୍ୱାବବିକ ହେବା ନିମନ୍ତେ ଦୀର୍ଘ ସମୟ ଲାଗିବ l ଟାଉନ ରେ ଥିବା ବିଭିନ୍ନ କ୍ୟାବିନ ଓ ଘର ସମ୍ମୁଖରେ ଥିବା ବିଶାଳକାୟ ଗଛ ଉପୁଡ଼ି କ୍ୟାବିନ ଓ ଘର ଉପରେ ପଡିଯିବାରୁ କ୍ୟାବିନ ଓ ଘର ଭାଙ୍ଗିଯାଇଛି। ସେହିପରି ବରାଳ ଦେବୀ ମନ୍ଦିର ପରିସର ରେ ଏବଂ ବନ ବିଭାଗ ଏ ସି ଏଫ ଙ୍କ ସରକାରୀ ବାସ ଭବନ ସମ୍ମୁଖରେ ଥିବା ଏକ ବୃହତକାୟ ଗଛ ଉପୁଡ଼ି ପଡ଼ିବାରୁ ରାସ୍ତା ଅବରୋଧ ହୋଇପଡ଼ିଥିଲା।


ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ଜୋର୍‌ରେ ପବନ ବହିବା ସହ ବର୍ଷା ହୋଇଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି କେତେକ ପରିବାର। ଆଉ କେତେକ କ୍ଷତିଗ୍ରସ୍ତ ପରିବାର ଅସହାୟ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


ଫୁଲବାଣୀ ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *