ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ

ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, “ନିୟୁଜ ରୁମ “କୁ।ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ ବୋଲି ମନମୋହନ ସାମଲ।
ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ।
  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ମଧ୍ୟରୁ ଅନେକାଂଶ ପୂରଣ ହୋଇସାରିଛି । ଇତି ମଧ୍ୟରେ ଦଳର ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ମୋର୍ଚ୍ଚା ପଦାଧିକାରିଙ୍କ ନାମ ତାଲିକା ଘୋଷଣା ସରିଛି । ବହୁ ଶୀଘ୍ର ଖାଲି ରହିଥିବା ଦଳୀୟ ପଦପଦବୀର ଅନ୍ୟ ନାମ ତାଲିକା  ଘୋଷଣା କରାଯିବ ।
ମାତ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ କିଛି ଗଣମାଧ୍ୟମ ଯେଉଁ ଭଳି ଭାବରେ ବିଭ୍ରାନ୍ତକାରୀ ଏବଂ କପୋଳକଳ୍ପିତ ସମ୍ବାଦ ପ୍ରସାରଣ କରିଛନ୍ତି, ତାହା ସଂପୂର୍ଣ୍ଣ ଅମୁଳକ ଏବଂ ଆଦାରହୀନ । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ ବୋଲି ରାଜ୍ୟ ସଭାପତି  ମନମୋହନ ସାମଲ କହିଛନ୍ତି ।
ଭୁବନେଶ୍ୱର ରୁ ଗିରଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
(ବିଜେପି ମିଡିଆ ସେଲ୍‌)

Leave a Reply

Your email address will not be published. Required fields are marked *