୧୭ ଦଫା ଦାବୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପାଚିକା ଓ ସହାୟିକା ମହାସଂଘ ପକ୍ଷରୁ ରଣ ହୁଙ୍କାର ।
ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ ଟ୍ରେଡ଼ ୟୁନିୟନ (AICCTU) ଦ୍ୱାରା ପରିଚାଳିତ ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୭ ଦଫା ଦାବୀ ନେଇ ଉପଜିଲ୍ଲାପାଳ ଗୁଣୁପୁରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଶୋଭାଯାତ୍ରା ଶହ ବିକ୍ଷୋଭ ପ୍ରଦର୍ଶନ କରିବା ଦେଖିବାକୁ ମିଳିଛି ।

କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୁଦ୍ଧରେ ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ତରଫରୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୭ ଦଫା ଦାବି ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦାବୀ ଗୁଡ଼ିକ ମଧ୍ୟରେ ସ୍କିମ୍ ଶ୍ରମିକ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ମାସିକ ୨୬ ହଜାର ଟଙ୍କା ପ୍ରଦାନ କରିବା।

ପାଚିକା ମାନଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା। ୪ଟି ଶ୍ରମ କୋଡ଼ ବାତିଲ କରିବା। ନୁତନ ଶିକ୍ଷା ନିତି ୨୦୨୦ କୁ ବାତିଲ କରିବା । ୨୦୨୨ ବିଦ୍ୟୁତ୍ ଘରୋଇ କରଣ ବନ୍ଦ କରିବା । କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା। ଓପିଏସ୍ କୁ ଲାଗୁ କରିବା ଓ ଏନପିଏସ ଓ ୟୁପିଏସକୁ ବାତିଲ କରିବା । ବାର୍ଷିକ ୨୦୦ ଦିନ କାମ ସହ ଦୈନିକ ୬୦୦ଟଙ୍କା ମଜୂରୀ ପ୍ରଦାନ କରିବା। କର୍ପୋରେଟ ଲୁଟ ବନ୍ଦ କରିବା।

ଜଙ୍ଗଲ ଆଇନ ୨୦୨୩ ବାତିଲ କରିବା। ସମସ୍ତଙ୍କୁ ମାଗଣା ବୈଜ୍ଞାନିକ ଶିକ୍ଷା ପ୍ରଦାନ କରିବା, EPF ESIC ରେ ମଜୁରୀ ସିମା ଉଛେଦ କରିବା। କୃଷି ଋଣ ଉପରେ ସବସିଡି ପ୍ରଦାନ କରିବା। କୃଷି ଉତ୍ପାଦନ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଆଇନ ଗତ ଗ୍ୟାରେଣ୍ଟି ପ୍ରଦାନ କରିବା ଇତ୍ୟାଦି ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ମହାସଂଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ,ସଭାପତି ଶ୍ରୀମତୀ ମୁନି ଶବର, ମୁକ୍ତିଲତା ଶବର,ବିଜୟ ଲକ୍ଷ୍ମୀ ଶବର , ମଣି ଶବର,ଜୟନ୍ତୀ ଶବର, ପ୍ରଭା ବିଦିକା , ନଳିନୀ ପଣ୍ଡା, କୁମାରୀ ଶବର, ସୂର୍ଯ୍ୟ ଶବର,ସବିତା ଜେନା, ରାଜେନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଶତାଧିକ ପାଚିକା ଓ ସହାୟିକା ମାନେ ଉପସ୍ଥିତ ରହିଥିଲେ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।
