ଜିଲ୍ଲାସ୍ତରୀୟ ବିଭିନ୍ନ ସ୍ୱାସ୍ଥ୍ୟ ବୈଠକ ଓ ସମୀକ୍ଷା

ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ସ୍ୱାସ୍ଥ୍ୟ ବୈଠକ ଓ ସମୀକ୍ଷା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ଙ୍କ ଅଧ୍ୟକ୍ଷତାରେ ପୁରୁଣା ମେଡିକାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ମାତୃ ସ୍ୱାସ୍ଥ୍ୟ, ପ୍ରଜନନ ସ୍ୱାସ୍ଥ୍ୟ, ନବଜାତ ଶିଶୁ ଯତ୍ନ ଓ ଶିଶୁ ମୃତ୍ୟୁ ସମୀକ୍ଷା ସହିତ ଅମ୍ଲାନ, ଟୀକାକରଣ, ପରିବାର ନିୟୋଜନ ଓ ପିସିପିଏନଡିଟି କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଏଚପିଭି ଟୀକାକରଣ ମାଧ୍ୟମରେ ଜରାୟୁ କର୍କଟ ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା।


ଫେବୃଆରୀ ମାସରେ ଆଳି, କେନ୍ଦ୍ରାପଡ଼ା ଓ ରାଜନଗର ବ୍ଲକରେ ଘଟିଥିବା ଶିଶୁ ମୃତ୍ୟୁ ଘଟଣା ଉପରେ ସମୀକ୍ଷା କରାଯାଇଥିଲା। ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ “ମମତା ଦିବସ” କୁ ଗୁଣାତ୍ମକ ଦିଗ ଓ ସମସ୍ତ ଆବଶ୍ୟକୀୟ ପରୀକ୍ଷା, ଔଷଧ, ଯୁଗ୍ମ ପରିଦର୍ଶନ ଓ ତଦାରଖ ପ୍ରଭୃତି କରିବାକୁ ପରାମର୍ଶ ଦେଇଥିଲେ।
ଜିଲ୍ଲାପାଳ ଗର୍ଭବତୀଙ୍କ ପଞ୍ଜିକରଣ, ଡାକ୍ତରଖାନା ରେ ପ୍ରସବ ଓ ଜନ୍ମ ପରବର୍ତ୍ତୀ ଯତ୍ନକୁ ସୁଦୃଢ କରିବା ସହିତ ବ୍ଲକ ସ୍ତରରେ ଯୁଗ୍ମ ବୈଠକକୁ ତ୍ବରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଓଡିଶାରେ ଯକ୍ଷ୍ମା ସ୍କ୍ରିନିଂ ରେ ୨୦୨୫ କ୍ୟାଲେଣ୍ଡର ବର୍ଷରେ ନାଟ୍ ମେସିନ୍ ମାଧ୍ୟମରେ ୬୭୧୮୯ ଜଣକୁ ସ୍ପୁଟମ ସାମ୍ପଲ ନେଇ ସ୍କ୍ରିନିଂ କରି କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ପାଇଥିବାରୁ ଜିଲ୍ଲାପାଳ ସମସ୍ତ ସ୍ୱାସ୍ଥ୍ୟ ସେବା ରେ ନିୟୋଜିତ ଥିବା ସେବା ପ୍ରଦାନକାରୀ ଓ ଅଧିକାରୀବୃନ୍ଦ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରକାଶ ଥାଉକି ଏହି ସ୍କ୍ରିନିଙ୍ଗ ମାଧ୍ୟମରେ ୪୪୫ ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଛି l

Leave a Reply

Your email address will not be published. Required fields are marked *