ଫଟୋ ନିୟୁଜ, “ନିୟୁଜ ରୁମ ” କୁ ସ୍ୱାଗତ କରୁଛି ମୁଁ ବର୍ଷା।”OPP 1972″ ରୁଲସ କଣ ବ୍ୟାଖ୍ୟା କରୁଛି। ଏହା ହେଉଛି “The Odisha Prevention of Land Encroachment Act 1972″। ଏହି ନିୟମ ଅନୁଯାଇ କୌଣସି ବ୍ୟକ୍ତି ସରକାରୀ କ୍ୱାଟର କୁ ସଵଲେଟ ରେ ନେଇପାରିବେ ନାହିଁ କିମ୍ବା ଭାଡା ଦେଇପାରିବେ ନାହିଁ।ଦୁଇ ଜଣ ଜନପ୍ରତିନିଧି ଜଣେ ଭାଡାଟିଆ ଯାହାରକି ବହୁ ମହଲା ବିଶିଷ୍ଟ ଘର ଭୁବନେଶ୍ୱର ରେ ଅଛି।ସେ 2019 ମସିହା ସତ୍ୟ ପାଠରେ ଇଲେକ୍ସନ କମିଶନ କୁ ଜଣାଇଛନ୍ତି। ସେ ଭାଡ଼ାଟିଆ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ସେ ଭି.କେ ପାଣ୍ଡିଆନଙ୍କ ଜଣେ ଗୋଡାଣିଆ ଅନୁଗତ୍ୟ।ଘର ମାଲିକ ହେଉଛନ୍ତି ସଲେପୁର ବିଧାୟକ ପ୍ରଶାନ୍ତ ବେହେରା। ଯେକି ସରକାରୀ ଘର VIR-5,Unit6 ଘରଟିକୁ 2025ମସିହା ଜାନୁଆରୀ ମାସରେ ସରକାରଙ୍କ ଠାରୁ ଦଖଲ ନେଇଛନ୍ତି।ଏହି ସତ୍ୟ କାହାଣୀଟି ଧରାପଡ଼ିଲା ବିଜେଡି ଦଳର ଗୃହ କନ୍ଦଳ ଯୋଗୁଁ। କିଛି ବିଜେଡି ଯୁବ ନେତା ନିଜଦଳ ଏବଂ ପ୍ରତାପ ଜେନା ଙ୍କ ସମ୍ପର୍କ ରେ ଟିପଣି ଦେବାରୁ, ତାଙ୍କୁ ଶ୍ରୀ ଜେନା ଦଳୀୟ ନିୟମ କାନୁନ ପଢ଼ାଇଥିଲେ। ସେ ଯାହାବି ହେଉ VIR-5 ରେ ଗଣ୍ଡଗୋଳ ହେଲା ପୋଲିସ ଆକ୍ସନ ନେଲା। ଆମକାହାଣୀ ସେ ଭିତରକୁ ଯାଉନାହିଁ। ଏଠାରେ ମୁଣ୍ଡ ଟେକିଛି ସରକାରୀ କ୍ୱାଟର କୁ କିପରି ଭାଡା ଦିଆଗଲା ଆଉ କିପରି ଭାଡା ନେଲେ। ଏହା ଦ୍ୱାରା ବିଜେଡି ଦଳ ର ଭାବ ମୂର୍ତ୍ତି ନିମ୍ନଗାମୀ ହେଉଛି ବୋଲି ଆମର ନିଜସ୍ୱ ମତ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
ସରକାରୀ କ୍ୱାଟର ର ଭାଡାଟିଆ ଓ ଘରମାଲିକ କଣ ବିଜେଡିର ଜନପ୍ରତିନିଧି!
ସରକାରୀ କ୍ୱାଟର କୁ ସଵଲେଟ ରେ ନେଇପାରିବେ ନାହିଁ କିମ୍ବା ଭାଡା ଦେଇପାରିବେ ନାହିଁ।
