ଶ୍ରମିକଙ୍କ ବଦଳରେ ଟ୍ରାକ୍ଟର ବ୍ୟବହାର ହେଉଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଚର୍ଚ୍ଚା

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମ ପଞ୍ଚାୟତର ଲିଆଡ଼ ଗ୍ରାମରେ ଚାଲିଥିବା ମନରେଗା ଏବଂ ଓ.ସି.ଏଫ.ସି ପାଣ୍ଠିର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ସରକାରୀ ନିୟମାବଳୀକୁ ଅବହେଳା କରି ସୂଚନା ଫଳକ ବିନା ଲକ୍ଷ ଲକ୍ଷ ଟଙ୍କାର କାମ ଚାଲିଥିବା ବେଳେ ଗୋଟିଏ ପ୍ରକଳ୍ପର ମାଟିକୁ ଅନ୍ୟ ପ୍ରକଳ୍ପରେ ବ୍ୟବହାର କରାଯାଉଥିବା ଏବଂ ଶ୍ରମିକଙ୍କ ବଦଳରେ ଟ୍ରାକ୍ଟର ବ୍ୟବହାର ହେଉଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।


ଗ୍ରାମବାସୀଙ୍କ କହିବା ଅନୁଯାୟୀ, କପରମାଲ ଛକରୁ ଡୋଙ୍ଗରମୁଣ୍ଡା ରାସ୍ତା ପର୍ଯ୍ୟନ୍ତ ମନରେଗା ଯୋଜନାରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା କାମ ଚାଲିଛି। ଏହି କାର୍ଯ୍ୟରେ ଗାଁ ସାଥୀ ଭାବେ କ୍ଷୀରସାଗର ମାଝୀ କାର୍ଯ୍ୟ କରୁଥିବା ବେଳେ, ଲିଆଡ଼ ବଡ଼ ବନ୍ଧର ଖନନ ଓ ଉନ୍ନତିକରଣ କାର୍ଯ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟରେ ଚାଲିଛି। ସେହିପରି ଗାଡୁଆଲ ଓ ଗାଧୁଆ ଟୁଥ ବନ୍ଧ ଭିତରେ ଓ.ସି.ଏଫ.ସି ପାଣ୍ଠିରୁ ପ୍ରାୟ ୪ ଲକ୍ଷ ଟଙ୍କାର କାର୍ଯ୍ୟ ମଧ୍ୟ ଚାଲିଛି, ଯେଉଁଥିରେ ଗାଁ ସାଥୀ ଭାବେ ଚିତ୍ତରଞ୍ଜନ ପଣ୍ଡା ଦାୟିତ୍ୱରେ ଥିବା ସୂଚନା ମିଳିଛି।
ଅଭିଯୋଗ ହୋଇଛି ଯେ, ଏହି ସମସ୍ତ କାର୍ଯ୍ୟସ୍ଥଳରେ ସରକାରୀ ନିୟମ ଅନୁଯାୟୀ ଲଗାଯିବାକୁ ଥିବା ସୂଚନା ଫଳକ (ସାଇନବୋର୍ଡ) ଲଗାଯାଇନାହିଁ।

ଗ୍ରାମର ସଚେତନ ନାଗରିକମାନଙ୍କ ମତରେ, ମନରେଗା ଏବଂ ଓ.ସି.ଏଫ.ସି ଭଳି ଜନକଲ୍ୟାଣକାରୀ ଯୋଜନାରେ ସ୍ୱଚ୍ଛତା ଓ ରହିବା ଅତ୍ୟନ୍ତ ଜରୁରୀ। ତେଣୁ ଜିଲ୍ଲାପାଳ, ପିଡି-ଡିଆରଡିଏ, ସିନାପାଲି ବିଡିଓ ଓ ମନରେଗା ବିଭାଗର ଉଚ୍ଚ ପଦାଧିକାରୀମାନେ ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବା ସହ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଦାୟୀ ଅଧିକାରୀ, କର୍ମଚାରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥା ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ନୂଆପଡା ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *