ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ନୂଆପଡ଼ାରେ ଶିଶୁ ଶ୍ରମ ନିରାକରଣ ପାଇଁ ୧୫ ଦିନିଆ ସଚେତନତା ଅଭିଯାନ ଆରମ୍ଭ।
ଜିଲ୍ଲାପାଳଙ୍କ ଦ୍ୱାରା ‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ’ର ଶୁଭାରମ୍ଭ।
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ଅବସରରେ ନୂଆପଡ଼ା ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ନିମନ୍ତେ ୧୫ ଦିନିଆ ସ୍ୱତନ୍ତ୍ର ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି l ଏହି ଅଭିଯାନ ୧୨ ଜୁନରୁ ୨୬ ଜୁନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ପାଳନ କରାଯିବ।

ଏହି ଅବସରରେ ଜ଼ିଲ୍ଲା ମୁଖ୍ୟାଳୟ ପରିସରରୁ ଜିଲ୍ଲାପାଳ ମଧୁସୂଦନ ଦାଶ ‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଜିଲ୍ଲା ଏବଂ ବ୍ଲକ ମୁଖ୍ୟାଳୟ ସମେତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପରିଭ୍ରମଣ କରି ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରିବ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଖଡ଼ିଆଳଠାରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ଛାତ୍ରଛାତ୍ରୀ, ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ନେଇ ଏକ ବିଶାଳ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା।
ପରବର୍ତ୍ତୀ ସମୟରେ ଖଡ଼ିଆଳସ୍ଥିତ କ୍ଷତ୍ରିୟ ସମାଜ ଭବନରେ ଏକ ଜିଲ୍ଲାସ୍ତରୀୟ ସଚେତନତା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ଶିଶୁ ଶ୍ରମ ବିରୋଧରେ ସଚେତନ ହେବା ସହ ଶିଶୁ ଶ୍ରମମୁକ୍ତ ନୂଆପଡ଼ା ଏବଂ ଶିଶୁ ଶ୍ରମମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।
ନୁଆପଡା ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
