ରାୟଗଡ ଜିଲ୍ଲା ବିଜେପି ବରିଷ୍ଠ ନେତା ଟ୍ରକ ମାଲିକ ସଂଘ ସଭାପତି ତଥା ଉତ୍କଳ ତେଲୁଗୁ ସାମୁଖ୍ୟ ସଭାପତି ଯାଲା ଭେଙ୍କଟେଶ୍ଵର ରାଓ (କୋଣ୍ଡା ଗାବୁ)ଙ୍କ ସଭାପତିତ୍ୱରେ ଚଳିତ ହିନ୍ଦୁ ନବବର୍ଷ ତଥା ତେଲୁଗୁ ସମ୍ପ୍ରଦାୟର ଉଗାଦି ଉତ୍ସବ ପ୍ରଥମ ଦିନ ମହ। ସମାରେହରେ ଆରମ୍ଭହୋଇଯାଇଅଛି । ଆଗାମୀ ଦୁଇ ଦିନ ଧରି ହେବାକୁ ଥିବା ଉତ୍ସବ ର ପ୍ରଥମ ଦିନ ରେ ମୁଖ୍ୟ ଅତିଥ୍ ଭାବେ ଓଡିଶା ଭାଜପା ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସଂସଦ ଶ୍ରୀଯୁକ୍ତ ମୋନ ମୋହନ ସାମଲ ଯୋଗଦେଇ ଉତ୍ସବକୁ ଆହୁରି ରୋମାଞ୍ଚକର କରିଥିଲେ । ନବ ବର୍ଷରେ ପ୍ରଥମେ ପ୍ରାତଃ ବିକୁ ସମାପନ କରି ଅପରାହ୍ଣ ସମୟରେ ମା’ ମଝିଘରିଆଣିଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ସେଠାରୁ କଳସ ଯାତ୍ରା ଆରମ୍ଭ ହୋଇଥିଲା ।

କଳସ ଯାତ୍ରାରେ ସଂକୀର୍ତନ ମଣ୍ଡଳୀ
ଆକର୍ଷଣୀୟ ବାଣରେ ଆଲୋକିତ ହେଲା ସହର ତା ସହିତ ହଜାର ହଜାର ଜନସମାଗମ ହୋଇଥିଲା । ଉଗାଦି ପଡିଆରେ ଶୋଭାଯାତ୍ରା । ପହଞ୍ଚୁବା ପରେ ମଞ୍ଚରେ ପୁଷ୍ପ ବୃଷ୍ଟି ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ବ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀଯୁକ୍ତ ମନ ମୋହନ ସାମଲ ପ୍ରଦୀପ ପ୍ରଜ୍ଜଳନ କରି ଶୁଭ ଉଦୁଘାଟନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପ ମାଲ୍ୟା ଓ ଉପଢୌକନ ଜରିଆରେ ସମ୍ବର୍ଦ୍ଧନା କରାଯାଇଥିଲା ।

ହେଲେ ବିଗତ ବର୍ଷ ମାନଙ୍କଠାରୁ ଚଳିତ ବର୍ଷ ଉଗାଦି ଅତି ଆକର୍ଷଣୀୟ ହୋଇଥିଲା । ଲୋକ ମାନେ ମଧ୍ୟ ତାହାର ଭରପୂର ଆନନ୍ଦ ନେଇଥିଲେ । ମଞ୍ଚରେ ରାଜ୍ୟ ଭାଜପା ସଭାପତିଙ୍କ ସମେତ ଶ୍ରୀଯୁକ୍ତ ଛୋଟୁଲାଲ ମହନ୍ତ, ରାଜ୍ୟ ଉପ ସଭାପତି ଢତୁତ ନାରାୟଣ ରାଓ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମତୀ ପୁର୍ଣିମା ନାୟକ ପ୍ରମୁଖଙ୍କୁ ଉଗାଦି କମିଟି ସଂଯୋଜକ ଶ୍ରୀ ବୀର ବାବୁ ପୁଷ୍ପମାଲ୍ୟ ଦେଇ ସମ୍ବନ୍ଧନା ଜଣlଇଥିଲେ । ଏଥି କାଶୀ ନାଇଡୁ, ପି ମାନି, କେ ଶ୍ରୀଜୁ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପୃଥୀ ରାଜ ରାଜ, କେ ଆଦୀନାରାୟଣ, ଲକ୍ଷ୍ମଣ ରାଓ, ତ୍ରିନାଥ ଗମାଙ୍ଗ,କେସି ପଟନାୟକ, ଭାଜପ ଜିଲ୍ଲା ସଭାପତି ଗୋପୀ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ଦଶ ହଜାର ରୁ ଅଧିକ ଲୋକ ଙ୍କ ସମାଗୋମ ହୋଇଥିଲେ,ସମସ୍ତଙ୍କ ପାଇଁ ଖାଇବା ଵେବସ୍ଥା କରାଯାଇଥିଲା । ଆଜି ଦ୍ୱିତୀୟ ଦିନରେ ହୋଲିଉଡ଼ ନାୟିକା, ଆନ୍ଧ୍ରର ପ୍ରଖ୍ୟାତ କଣ୍ଟଶିଳ୍ପୀ,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
