ସରକାରଙ୍କର ମାଓ ନୀତି ସୁଦୃଢ଼। ମାଓବାଦୀ ମାନେ ସେମାନଙ୍କର ନୀତିଆଦର୍ଶରୁ ଦୁରେଇ ଯାଇଛନ୍ତି

ସରକାରଙ୍କର ମାଓ ନୀତି ସୁଦୃଢ଼। ମାଓବାଦୀ ମାନେ ସେମାନଙ୍କର ନୀତିଆଦର୍ଶରୁ ଦୁରେଇ ଯାଇଛନ୍ତି। ସେ ଯାହାବି ହେଉ ମାଓବାଦୀ ମାନେ ହେଉଛନ୍ତି ରାଜ୍ୟ ତଥା ଦେଶର ଶତ୍ରୁ। ସେମାନଙ୍କୁ ନିପାତ କରିବା ସହ ମୁଖ୍ୟସ୍ରୋତକୁ ଆଣିବା ପାଇଁ ସରକାର ତାଙ୍କର ପ୍ରଚେଷ୍ଟା ଜାରିରଖିଛନ୍ତି।
ରାୟଗଡ଼ା ପୋଲିସକୁ ବଡ ସଫଳତା, ଦୁର୍ଦ୍ଦାନ୍ତ ମାଓନେତା ଅଜୟର ଆତ୍ମ ସମର୍ପଣ।
ଦୁର୍ଦ୍ଧାନ୍ତ ମାଓନେତା ଅଜୟ ପୁଲିସ୍ ନିକଟରେ ବନ୍ଧୁକ ଓ ଗୁଳି ସହ ଆତ୍ମ ସମର୍ପଣ କରିଛନ୍ତି।


ରାଜ୍ୟରେ ମାଓ ମୂଳପୋଛ ଅପରେସନକୁ ତୀବ୍ର କରାଯାଇଛି । ମାଓବାଦୀ ମାନେ ଆତ୍ମଗୋପନ କରିବାକୁ ମିଳୁନାହିଁ ସୁରକ୍ଷିତ ସ୍ଥାନ ।ସାମାନ୍ୟ ବ୍ୟତିକ୍ରମ ହେଲେ ପୋଲିସକୁ ମିଳୁଛି ସୂଚନା। ପୂର୍ବ ଭଳି ଏବେ ଲୋକଙ୍କ ସମର୍ଥନ ଓ ସହଯୋଗ ମିଳୁ ନାହିଁ । ଏଣୁ ମାଓବାଦୀଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡିଛି । ଏଣୁ ମାଓବାଦୀ ମାନେ ସମୟ ସୁଯୋଗ ଦେଖି ଆତ୍ମ ସମର୍ପଣ କରି ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ରାୟଗଡା ଏସପି ଏସ୍ ସ୍ଵାତୀ ତିକୁମାରଙ୍କ ନିକଟରେ ଆତ୍ମସମର୍ପଣ କରିଛି ହାଡକୋର ମାଓବାଦୀ ଵିଜୟ ପୁନେମ ଏଲିଆସ୍ ଅଜୟ ।ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମର ବୋଲି ଜଣାପଡିଥିବା ବେଳେ, ସେ ଦୀର୍ଘ ବର୍ଷ ହେବ ବଂଶଧରା, ଘୁମୂସର,ନାଗାବଳୀ ଡିଭିଜନର କେଡର ମାଓବାଦୀ ଭାବେ କାର୍ଯ୍ଯ କରୁଥିଲେ। ମାଓବାଦୀ ବିଜୟ ୨୦୦୯ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇ ଟ୍ରେନିଂ ଶେଷ ହେବା ପରେ ୨୦୧୪ ମସିହାରେ ନକ୍ସଲ ସଂଗଠନର ଏ.ସି.ଏମ୍. ଦାୟିତ୍ୱରେ ଥିଲା। ୨୦୨୪ ମସିହାରେ ତାକୁ ବଂଶଧରା , ଘୁମୁସର, ନାଗାବଳୀ ଡିଭିଜନର କ୍ୟାଡେର୍ ଦାୟିତ୍ୱ ମିଳିଥିଲା। ବିଜୟ ଛତିଶଗଡ଼, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ବୌଦ, କନ୍ଧମାଳ ଓ ରାୟଗଡାରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସାରେ ଜଡିତ ଥିବା ରାୟଗଡା ଏସପି ସ୍ଵାତୀ ଏସ୍ କୁମାର୍ ସୂଚନା ଦେଇଛନ୍ତି। ତାଙ୍କ ଉପରେ ୪ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ତାଠାରୁ ଗୋଟିଏ ୯ ଏମଏମ୍ ପିସ୍ତଲ, ୮ ରାଉଣ୍ଡ ଅଫୁଟା ଗୁଳି, ୱାକିଟକି ଓ ଘଣ୍ଟା ସହ ଆତ୍ମ ସମର୍ପଣ କରିଛି ।
ନକ୍ସଲ ସଂଗଠନ ଉପରେ ବିମୁଖ ହୋଇ ସେ ଆତ୍ମସମର୍ପଣ କରିଥିବା ବେଳେ, ଆଗକୁ ନିଜ ସ୍ତ୍ରୀ ଓ ଅନେକ ସାଥୀ ଆତ୍ମ ସମର୍ପଣ କରିବେ ବୋଲି ମାଓବାଦୀ ବିଜୟ ସୂଚନା ଦେଇଛନ୍ତି।
ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *