ଯୁବ ସମାଜ ପାଇଁ କ୍ରୀଡା ଏକପ୍ରକାର ଇନ୍ଧନ। କ୍ରୀଡା ମଧ୍ୟ ଦେଖଣାହରି ବୟସ୍କ ବ୍ୟକ୍ତି ମାନଙ୍କୁ ମାନସିକ ସ୍ତରରେ ଯୁବକ ବନାଇଦିଏ। ସମ୍ବଲପୁରରେ ଆୟୋଜିତ ହେଉଥିବା ଜୋନାଲ୍ ସ୍ତରୀୟ ସିଏମ୍ ଟ୍ରଫି ଫୁଟବଲ୍ ଚାମ୍ପିୟନସିପ୍ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କ୍ରୀଡ଼ାବିତମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।ଏହି ସରକାର ସମୟରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଓଡିଶା ର ଯୁବକ ମାନଙ୍କୁ ଉତ୍ସାହିତ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଉଛନ୍ତି।
ଏହା ଦ୍ୱାରା ଓଡିଶା ର ଜନସାଧାରଣ ଅନୁଭବ କରୁଛନ୍ତି ଯେ ଓଡିଶା ରେ ଡବଲ ଇଂଜିନ ସରକାର ଚାଲିଛି। ଏହା ଏକ ବିକାଶ ଧାରାର ସୂଚନା ଦେଉଅଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ଥିଲେ।
ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।