ଗାଈ ବେକରେ ରେଡିୟମ ବେଲ୍ଟ

ରାସ୍ତାରେ ଗାଡି ଦୁର୍ଘଟଣା ରେ ଗାଇମାନଙ୍କ ଜୀବନ ସହିତ ବହୁ ଲୋକଙ୍କ ଜୀବନ ହାନି ହେଉଛି। ଏଥିପାଇଁ ଗାଈ ରଖିଥିବା ଏବଂ ରାସ୍ତା ଉପରକୁ ଛାଡୁଥିବା ଗାଈର ମାଲିକମାନେ ପରୋକ୍ଷରେ ଦାୟୀ। ଏମାନଙ୍କୁ ସରକାର ମକଦମା ରୁଜକରି ଦଣ୍ଡ ଦେବାର ଆବଶ୍ୟକତା ଅଛି। ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ଟ୍ରାଫିକ ପୋଷ୍ଟ”। ଯାହାକି ଅପରାଧ ନିୟନ୍ତ୍ରଣ କରିବା ପାଇଁ ଉଦିଷ୍ଟ।


କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ବିଜେପିର ଯୁବ ସଂଗଠକ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସେ ରାସ୍ତାଉପରେ ରହିଥିବା ଗାଈମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ।
କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ୫୯ନଂ.ଜାତୀୟ ରାଜପଥରେ ଗାଈ ଗୋରୁ ମାନେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏଥିଯୋଗୁଁ ଦୁର୍ଘଟଣା ହେଉଅଛି। ସ୍ଥାନୀୟ ବିଜେପି ଯୁବ ସଂଗଠକ ତଥା ୮ନଂ. ୱାର୍ଡ଼ ର ବୁଥ୍ ମଣ୍ଡଳ ସଭାପତି ଆଶିଷ କୁମାର ମହାପାତ୍ର ନିଜେ ଜାତୀୟ ରାଜପଥ ରେ ଶୋଇ ରହିଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ ଗାଈ ଗୋରୁ ଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧି ପ୍ରଶଂସା ସାଉଁଟି ପାରିଛନ୍ତି l

ବର୍ତ୍ତମାନ ଏହା ବାଲିଗୁଡା ଏବଂ କ. ନୂଆଗାଁ ବ୍ଲକ ର ବିଭିନ୍ନ ଅଞ୍ଚଳ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗାମୀ ଦିନରେ ଏହା ଅନ୍ୟ ବ୍ଲକ ଅଞ୍ଚଳ ରେ କାର୍ଯ୍ୟକାରୀ କରାଯିବା ସହ ଏହି ଅଞ୍ଚଳ ରେ ଏକ ଗୋ-ଶାଳା ନିର୍ମାଣ କରିବା ପାଇଁ ଯୋଜନା ରଖିଥିବା ସେ କହିଛନ୍ତି l ଯାହାକି, ରାତ୍ର କାଳୀନ ସମୟରେ ଦ୍ରୁତ ଗତିରେ ଆସୁଥିବା ଯାନବାହାନ ଗୁଡିକୁ ଗାଈ ବେକରେ ବନ୍ଧା ଯାଇଥିବା ବେଲ୍ଟ ଯୋଗୁଁ ନିଶ୍ଟିତ ଭାବେ ଦୁର୍ଘଟଣା ରୁ କିଛି ଟା ବର୍ତ୍ତି ପାରିବେ ବୋଲି ଶ୍ରୀ ମହାପାତ୍ର ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l

ସେ ଆହୁରି କହିଛନ୍ତି ଯେ, ଯେଉଁ ଗାଈ ଗୋରୁ ମାନେ ଆମ ଅଞ୍ଚଳ ର ଜାତୀୟ ରାଜପଥ ଉପରେ ଶୋଇ ରହୁଛନ୍ତି, ସେହି ଗାଈ ମାଲିକ ମାନେ ନିଜ ନିଜ ଘରେ ବାନ୍ଧି ରଖନ୍ତୁ। ଏଥିଯୋଗୁ ଦୁର୍ଘଟଣା ରୁ ମୁକୁଳିପାରିବ ସର୍ବସାଧାରଣ l ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *