ଅନାସ୍ଥା ପ୍ରସ୍ତାବ କୁ ନେଇ ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ।
ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକଙ୍କ ଅନାସ୍ଥା ପ୍ରସ୍ତାବ। ବିଧାୟକ ନବୀନ ଜୈନ ୧୦ ପ୍ରତିଶତ ପିସି କାରବାର, ଡାକ୍ତରଖାନାକୁ ୫ ବିଶେଷଜ୍ଞ ଡାକ୍ତର ଆଣିବା ଘୋଷଣା କରି ଠକିଥିବା ଏବଂ ସ୍ବର୍ଗତ ଅଭିମନ୍ୟୁ ସାହୁଙ୍କ ନାମରେ ନାମିତ କଲ୍ୟାଣ ମଣ୍ଡପ ନାମ ପରିବର୍ତ୍ତନ ବିରୋଧରେ ଏକଜୁଟ ହୋଇଥିଲେ। ବିଧାୟକ ନବୀନ ଜୈନଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ ଏବଂ ସମସ୍ତ ସମିତି ସଭ୍ୟ ସଭ୍ୟା ଏବଂ ମ୍ୟୁନିସିପାଲଟିର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲଙ୍କ ସହିତ କାଉନସିଲର ସଦସ୍ୟ ଏବଂ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା କର୍ମୀମାନେ ଉପସ୍ଥିତ ଥିଲେ। ଟିଟିଲାଗଡ ବ୍ଲକର ବିଜେପି ବିଧାୟକ ନବୀନ ଜୈନଙ୍କ ଚାଲିଥିବା ଦୁର୍ନୀତି ଭ୍ରଷ୍ଟାଚାର ରୋକିବା ପାଇଁ ଟୁକୁନି ସାହୁ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀ ରେ ୧୯ ଜଣ ସମିତି ସଭ୍ୟ ସଭ୍ୟା, ୧୦ ଜଣ ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଗୀତା ବିଶି , ସଞ୍ଜୟ ବେହେରା ଏବଂ ବରିଷ୍ଟ ନେତା ପ୍ରେମ ଜୈନ,ଶ୍ୟାମ ପ୍ରସାଦ ଗରିଆ,ଦିଲୀପ ବାଗ,ରୁଟୁ ବାଗ, ଏବଂ ୨୪ ପଞ୍ଚାୟତ ର ବିଜେଡି କର୍ମୀ ଉପସ୍ଥିତ ରହି ବ୍ଲକ ଅଧ୍ୟକ୍ଷାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ।
ଅନାସ୍ଥା ପ୍ରସ୍ତାବ କୁ ନେଇ ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ।
