ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ରେଳ ପ୍ରକଳ୍ପ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ସକ୍ଷାତ କରି କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିତ୍ତିଭୂମି ର ବିକାଶ ପାଇଁ ଦାବୀ ଜଣାଇଛନ୍ତି।

ନୂତନ ରେଳ ପ୍ରକଳ୍ପ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ସକ୍ଷାତ କରି କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିତ୍ତିଭୂମି ର ବିକାଶ ପାଇଁ ଦାବୀ ଜଣାଇଛନ୍ତି। ସେଥିମଧ୍ୟରେ କେସିଙ୍ଗା ଠାରୁ ଭବାନୀପାଟଣା ଭାୟା ଉତକେଲା ୩୫ କିଲୋମିଟର, ଫୁଲବାଣୀ ରୁ ଲାଞ୍ଜିଗଡ ଭାୟା ବାଲିଗୁଡ଼ା ମଦନପୁର ରାମପୁର ୧୨୦ କିଲୋମିଟର, ରାୟପୁର ରୁ ରାଜିମ ଧର୍ମଗଡ ଭାୟା ଗରିଆବନ୍ଧ ଦେଭୋଗ ୧୮୫.୫ କିଲୋମିଟର ଏବଂ ନୂଆପଡ଼ା ରୁ ଧର୍ମଗଡ ଭାୟା କୋମନା, ଖଡ଼ିଆଳ ଗୋଲାମୁଣ୍ଡା ୯୫ଏବଂ କିଲୋମିଟର ନୂତନ ରେଳ ପ୍ରକଳ୍ପ ପାଇଁ ଦାବୀ କରିଛନ୍ତି। ରେଳ ପ୍ରକଳ୍ପ ର ଭିତ୍ତିଭୂମି ଏବଂ ଏକ୍ସପ୍ରେସ ରେଳ ରହଣି ଭଳି ଅନେକ ଦାବୀ କରିଛନ୍ତି। ସମସ୍ତ ଦାବୀ ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଫଟୋ ନିୟୁଜ ଟାଇମ୍ସ ବ୍ୟୁରୋ।
