କଟକ ସି ଆର ଆର ଆଇ ଥାନାରେ ଦୁର୍ନୀତି

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।କଟକ ସି. ଆର.ଆର. ଆଇ.ଥାନାରେ ଦୁର୍ନୀତି ର ସନ୍ଦେହ ଘେରରେ।
ଏ ଏସ ଆଇ ମୁଦୁଲିଙ୍କ କାର୍ଯ୍ୟକଳାପ କୁ ନେଇ ଚର୍ଚ୍ଚା |

ଆଇନ ରକ୍ଷା କରିବାକୁ ଥିବା ପୋଲିସ ବ୍ୟବସ୍ଥା ଉପରେ ଯେତେବେଳେ ଦୁର୍ନୀତିର ଅଭିଯୋଗ ଉଠେ, ସେତେବେଳେ ସମଗ୍ର ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୁଏ। ଏବେ ସେହିପରି କିଛି ଅଭିଯୋଗର କେନ୍ଦ୍ରବିନ୍ଦୁରେ ଆସିଛନ୍ତି ଏ.ଏସ. ଆଇ. ମୁଦୁଲି ବାବୁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

ଥାନାରେ ଡିସିଓ ଥିବାବେଳେ ଆସୁଥିବା ବିଭିନ୍ନ ମାମଲାର ସମାଧାନ ପାଇଁ ଅର୍ଥ ଦାବି କରା ଯାଉଥିବା ର ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣ ରେ ଦାବି ହେଉଛି।

ପୂର୍ବତନ ଆଇଆଇସି ବିଜୟ ବାରିକ ଭିଜିଲାନ୍ସ ଟ୍ରାପରେ ଧରା ପଡିବା ପରେ ଏ ଏସ ଆଇ ମୁଦୁଲିଙ୍କ ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ଯଦି ଏହି ଅଭିଯୋଗର ସତ୍ୟତା ଥାଏ, ତେବେ ଏହା କେବଳ ଜଣେ ଅଧିକାରୀଙ୍କ ଦୁର୍ନୀତି ନୁହେଁ, ବରଂ ପୁରା ବ୍ୟବସ୍ଥାର ଅନିୟମିତତାକୁ ଦର୍ଶାଉଛି।
କଟକ ସି.ଆର.ଆର.ଆଇ. ଥାନାରେ ଚାଲିଥିବା ଏହି ଦୁର୍ନୀତି ଉପରେ ଯଦି ତଦନ୍ତ ହୁଏ, ତେବେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି।
ଭୁବନେଶ୍ୱର ରୁ ଦୁର୍ଗା ମହଲା ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *