ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଆଳି କନିକାର ମୂଳ ଅଧିବାସୀ ମାନଙ୍କ ଦ୍ବାରା କଟକରେ ଗଢ଼ିଉଠିଥିବା ଅଗ୍ରଣୀ ସାମାଜିକ ସଂଗଠନ “ଆଳି କନିକା ଉନ୍ନୟନ ପରିଷଦ” ଦ୍ଵାରା ସିଡ଼ିଏ ସେକ୍ଟର -୬ ଜଗନ୍ନାଥ ମନ୍ଦିର ନିକଟରେ ଏବର୍ଷର ଦ୍ବିତୀୟ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସମୟରେ ତୃଷାର୍ତ୍ତ ବାଟୋଇ ମାନଙ୍କୁ ସୁସ୍ବାଦୁ ଥଣ୍ଡା ସରବତ୍ ଯୋଗାଇ ଦିଆ ଯାଇଥିଲା। ପରିଷଦର ସଭାପତି ଶ୍ରୀ ନିରଞ୍ଜନ ଜେନା ଓ ବରିଷ୍ଠ ଉପଦେଷ୍ଟା ଚକ୍ରଧର ବେହେରା ଉପସ୍ଥିତ ଥିଲେ।

ପରିଚାଳିତ ଏହି ଜଳଛତ୍ର ଶିବିରରେ ସମସ୍ତ କାର୍ଯ୍ୟ କାରିଣୀର ସଦସ୍ୟଙ୍କ ସମେତ ଡଃ ଆଶୀଷ କୁମାର ବାରିକ, ନିରଞ୍ଜନ ବେହେରା, ନରୋତ୍ତମ ସାମଲ, ଭାଗବତ ସାହୁ, ଦୁର୍ଗା ଚରଣ ସାହୁ, ନନ୍ଦ କିଶୋର ଦାସ, ଭାବଗ୍ରାହୀ ନାୟକ, ଗଜେନ୍ଦ୍ର ସ୍ଵାଇଁ , ରମାକାନ୍ତ ବେହେରା (ବାବି), ସନ୍ଥ ଚରଣ ପ୍ରଧାନ, ଭାଗୀରଥି ପଲାଇ, କୋଷାଧ୍ୟକ୍ଷ ରଞ୍ଜନ କୁମାର ବେହେରା, ହୃଦାନନ୍ଦ ନାୟକ, ବିଦ୍ୟାଧର ନାୟକ, ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଜଳଛତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
କେନ୍ଦ୍ରାପଡ଼ା ରୁ ଲଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
