ବୌଦ୍ଧରେ ଭୟଙ୍କର ବାଣ ବିସ୍ଫୋରଣ, ୨ଜଣ ମୃତ ୧୦ ରୁ ଊର୍ଦ୍ଧ୍ବ ଆହତ।
ପୁରୁଣା କଟକ ନିକଟସ୍ଥ ଜିଆକଟା ଗାଁର ଏକ ବେଇଆନ ବାଣ ଗୋଦାମରେ ନିଆଁ ଲାଗିଗଲା। ଭୟଙ୍କର ବିସ୍ପୋରଣରେ ଥରିଲା ଗାଁ, ଗଡ଼ିଲା ଦୁଇ ମୁଣ୍ଡ । ପୋଲିସ ଏବଂ ସରକାରୀ ଅଫିସର ମାନଙ୍କ ଅବହେଳା ଏବଂ ଲାଞ୍ଚୁଆ ମନୋଭାବ ଯୋଗୁଁ ଏଭଳି ଘଟିଥିବା ସାଧାରଣରେ ମତ ପ୍ରକାଶ ପାଉଛି। ବାଣ ବିସ୍ପୋରଣରେ ଥରିଲା ଗାଁ । ବେଇଆନ ବାଣ ଗୋଦାମରେ ନିଆଁ ଲାଗି ଭୟଙ୍କର ବିସ୍ପୋରଣ । ଏଥିରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।

ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲାର ପୁରୁଣା କଟକ ନିକଟସ୍ଥ ଜିଆକଟା ଗାଁରେ । ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୁରୁଣା କଟକ ନିକଟସ୍ଥ ଜିଆକଟା ଗାଁରେ ଥିବା ଏକ ବେଆଇନ ବାଣ ଗୋଦାମରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସେଠାରେ ଭୟଙ୍କର ବିସ୍ପୋରଣ ହୋଇଥିଲା । ଏଥିରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ମୃତକ ଦୁଇ ଜଣ ହେଲେ ଜିଆକଟା ଗାଁର ଭଗବାନ ବେହେରା ଓ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡ଼ିଛି ।

ଏହି ବିସ୍ପୋରଣଟି ଏତେ ଭୟଙ୍କର ଥିଲା ଯେ, କେହି କିଛି ବୁଝିବା ପୂର୍ବରୁ ଗାଁରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଆଖପାଖ ଘର ଦ୍ବାର ସବୁ ଛାରଖାର ହୋଇ ଯାଇଥିବା ଦେଖିବାକୁ ମିଳିଛି । କେହି ଜଣେ ବ୍ୟକ୍ତି ବାହାରୁ ଆସି ଏକ ଭଡା ଘରେ ରହି ବିସ୍ଫୋରକ ବା ବାଣ ସାମଗ୍ରୀ ରଖିଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ହୋଇଥିବା ଯୋଗୁଁ ଏଭଳି ବିସ୍ପୋରଣ ଘଟିଥିବା ସନ୍ଦେହ କରାଯାଉଛି l ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି l ସେପଟେ ଆହତଙ୍କୁ ଉଦ୍ଧାର କରି ଫୁଲବାଣୀ ଓ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଛି l ଏନେଇ ମୃତକଙ୍କ ସମ୍ପର୍କୀୟ କହିଛନ୍ତି,”ଆମେ ସମସ୍ତେ ଘରେ ଥିଲୁ, ହଠାତ୍ ଭୟଙ୍କର ବାଣ ବିସ୍ପୋରଣ ହୋଇଥିଲା l ୨ ଜଣ ବ୍ୟକ୍ତି ମୃତ୍ୟୁ ଘଟିଛି ଏବଂ ଗାଁର ଅନେକ ଲୋକ ଆହତ ହୋଇଛନ୍ତି l

ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଯେଉଁମାନେ ସାମିଲ ରହିଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ l ସେପଟେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ସୂଚନା ଅନୁଯାୟୀ,”ପୁରୁଣା କଟକ ଜିଆକଟା ଗାଁରେ ବାଣ ବିସ୍ପୋରଣ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି l ଆହତଙ୍କୁ ଫୁଲବାଣୀ ଏବଂ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ରହିଛି l ଆବଶ୍ୟକ ପଡ଼ିଲେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ।”
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଏବଂ ଫୁଲବାଣୀ ପ୍ରତିନିଧି ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ୍ ଟାଇମ୍ସ।
