ବଜ୍ରପାତର ଚାଲିଗଲା ଯୁବକଙ୍କ ଜୀବନ।ବାପ ଛେଉଣ୍ଡ ହେଇଗଲେ ଦୁଇ କମୋଳମୋତି ଶିଶୁ କନ୍ୟା।
ମା କୋଳ ହୋଇଗଲା ଶୂନ୍ୟ। ବଜ୍ରପାତରେ ଏକ ମାତ୍ର ରୋଜଗାରିଆ ପୁଅର ଚାଲିଗଲା ଜୀବନ। ମା ଆଖିରୁ ସୁଖୁନି ଲୁହ, କାନ୍ଦି କାନ୍ଦି ବେହୋସ ସ୍ତ୍ରୀ।ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନ ଫାନିଆ ପଞ୍ଚାୟତ ମୁଣ୍ଢାକଟା ଗ୍ରାମର ସତ୍ୟବ୍ରତ ଧଡା ବୟସ ୨୮ ବଜ୍ରପାତରେ ଚାଲିଗଲା ଜୀବନ।

ସତ୍ୟବ୍ରତ ଗତ କାଲି ରାତିରେ ଘର ପିଣ୍ଡାରେ ସୋଇଥିବା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘରଉପରେ ବଜ୍ର ପଡ଼ିବାରୁ ଦେହ ଜଳି ପଡିଯାଇଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ସତ୍ୟବ୍ରତଙ୍କ ମା, ସ୍ତ୍ରୀ ଓ ଦୁଇଟି ଛୋଟ ଛୋଟ ଝିଅ । ତୁରନ୍ତ ରାତି ୧ଟା ସମୟରେ ଶୁଳିଆପଦା ଅଗ୍ନିଶମ ବିଭାଗଙ୍କ ଦ୍ବାରା ସତ୍ୟବ୍ରତଙ୍କୁ ନିକଟସ୍ଥ କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା।ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟବ୍ରତ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ନିଜେ ରୋଜଗାର କରି ମା, ସ୍ତ୍ରୀ ଓ ଦୁଇ ଛୋଟ ଝିଅର ଭରଣ ପୋଷଣ କରୁଥିଲା।ବାପ ଛେଉଣ୍ଡ ହେଇଗଲେ ଦୁଇ କମୋଳମୋତି ଶିଶୁ କନ୍ୟା ।

ସତ୍ୟବ୍ରତଙ୍କ ଅକାଳ ବିୟୋଗରେ ପରିବାର ଲୋକ ଭାଙ୍ଗିପଡିବା ସହ ଅଞ୍ଚଳ ବାସୀ ମର୍ମାହତ। ସମସ୍ତ ପ୍ରକାର ସରକାରୀ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ପ୍ରଶାସନକୁ ନିବେଦନ କରିଛନ୍ତି। ଏବାବଦରେ ଶୁଳିଆପଦା ଥାନରେ ୨୧/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାରୁ ଉମାକାନ୍ତ ଧଡାଙ୍କ ରିପୋର୍ଟ ଫୋଟୋ ନ୍ୟୁଜ ଟାଇମ୍ସ।
