ନୂଆପଡ଼ାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ କଡା ଯାଞ୍ଚ

ମୁଁ ବର୍ଷା ସ୍ୱାଗତ କରୁଛି ଫଟୋ ନିୟୁଜ, ନିୟୁଜ ରୁମ କୁ।ନୂଆପଡ଼ାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ କଡା ଯାଞ୍ଚ ଜାରି,ବର୍ତମାନ ସୁଦ୍ଧା ଛତ୍ତିଶଗଡ଼ରୁ ଅବୈଧ ଧାନ ପ୍ରବେଶ ବେଳେ ୨୦୬ କୁଇଣ୍ଟାଲ ଧାନ ଜବତ।
ନୂଆପଡ଼ା ଜ଼ିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ସୀମାନ୍ତ ଛତିଶଗଡ଼ ରାଜ୍ୟରୁ ସୀମା ଜିଲ୍ଲାକୁ ଅବୈଧ ଧାନ ପ୍ରବେଶ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କଡା ଜଞ୍ଚପରତ୍ତଲ ଜାରି ରହିଛି।


ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଏନଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଥିବା ବେଳେ ଆରଏମସି (RMC) କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ ମିଳିତ ସହଯୋଗରେ ଦିନ ଓ ରାତିରେ ସୀମାନ୍ତ ରାସ୍ତା ଗୁଡ଼ିକରେ ଯାଞ୍ଚ କରାଯାଉଛି। ଏହା ସହିତ ସୀମାନ୍ତ ରାସ୍ତାଗୁଡ଼ିକରେ ଚେକ୍ ପୋଷ୍ଟ ସ୍ଥାପନ ସହ ସିସି ଟିଭି କ୍ୟାମେରା ମଧ୍ୟ ଲଗାଯାଇଛି।
ବିଗତ ଦୁଇ ଦିନ ମଧ୍ୟରେ ଛତିଶଗଡ଼ରୁ ଜିଲ୍ଲାକୁ ଅବୈଧ ଭାବେ ଧାନ ପ୍ରବେଶ ସମୟରେ ୩ଟି ଗାଡ଼ି ସହ ମୋଟ ୬୪୫ ବ୍ୟାଗ୍ ଧାନ ଜବତ କରାଯାଇଛି। ଜବତ ଧାନର ପରିମାଣ ୨୦୬.୫୨ କୁଇଣ୍ଟାଲ ହୋଇଥିବା ଜଣାପଡ଼ିଛି।
ଏପରି ଅବୈଧ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତି ଓ ଗାଡ଼ି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଫଟୋ ନିୟୁଜ ଟାଇମ୍ସ ବ୍ୟୁରୋ।

Leave a Reply

Your email address will not be published. Required fields are marked *