ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଖଡ଼ିଆଳ ଠାରେ ହର୍ଷଉଲ୍ଲାସରେ ସହ ପାଳିତ ହେଲା ପବିତ୍ର ଇଦ୍-ଉଲ୍-ଅଜ୍ହା ଉପଲକ୍ଷେ ସାମୂହିକ ନମାଜ ପାଠ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ଆଜି ପବିତ୍ର ତ୍ୟାଗ ଓ ନିଷ୍ଠାର ପର୍ବ “ଇଦ୍-ଉଲ୍-ଅଜ୍ହା” (ବକ୍ରିଦ୍) ଆନନ୍ଦ ହର୍ଷ ଉଲ୍ଲାସ ପାଳିତ ହୋଇଯାଇଅଛି। ଭାଇଚାରା ର ଏହି ପର୍ବ କୁ ପାଇଁ କରି ନିଜ ମଧ୍ୟରେ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମସଜିଦ୍ରେ ସାମୂହିକ ଲ ନମାଜ ପାଠ ହୋଇଥିଲା।

ଆଜି ସକାଳୁ ସ୍ଥାନୀୟ ମସଜିଦ୍ ପ୍ରାଙ୍ଗଣରେ ମୁସଲିମ୍ ସମ୍ପ୍ରଦାୟର ଶତାଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ବୟସ୍କଙ୍କ ଠାରୁ ଆରମ୍ଭ କରି ଶିଶୁ ଏବଂ ଯୁବକମାନେ ନୂତନ ପୋଷାକ ପରିଧାନ କରି ନମାଜ ପାଠରେ ସାମିଲ ହୋଇଥିଲେ। ପବିତ୍ର ନମାଜ ପାଠ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଦେଶର ପ୍ରଗତି ଏବଂ ବିଶ୍ୱ ଶାନ୍ତି ତଥା ସଦ୍ଭାବନା ପାଇଁ ସମୂହ ପ୍ରାର୍ଥନା (ଦୁଆ) କରାଯାଇଥିଲା।

ପୂର୍ବପୁରୁଷଙ୍କୁ ସ୍ମରଣ ଓ କବରସ୍ଥାନ ପରିଦର୍ଶନ ନମାଜ ପାଠ ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ସ୍ଥାନୀୟ କବରସ୍ଥାନକୁ ଯାଇଥିଲେ। ଦିବଙ୍ଗତ ପୂର୍ବପୁରୁଷମାନଙ୍କ ସ୍ମୃତି ଚାରଣ କରିବା ସହ ସେମାନଙ୍କ ଆତ୍ମାର ସଦ୍ଗତି ପାଇଁ ବିଶେଷ ପ୍ରାର୍ଥନା କରିଥିଲେ। ମୁସଲିମ ସମ୍ପ୍ରଦାୟର ପ୍ରତ୍ୟେକ ପରିବାର ରେ ଉତ୍ସବର ମାହୋଲ ରହିଅଛି।
ଫଟୋ ନିୟୁଜ ଟାଇମ୍ସ ବ୍ୟୁରୋ।
