ଗୁଡ଼ାରୀ ଥାନା ପୋଲିସ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଏସ ଆଇ ବୀରେନ୍ଦ୍ର ରାୟଙ୍କ ଓ ଟିମ ଏମ.କେ. ରାଇ ପଞ୍ଚାୟତ ଜଳନିଧି ନିକଟରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେ ଅପରପକ୍ଷ ବୋଲେରୋ ଦେଖିବାକୁ ମିଳିଥିଲା। ପୋଲିସ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ମାଫିଆ ମାନେ ଖସି ଚାଲି ଯାଇଥିଲେ। ଗାଡିକୁ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଥିବା ଜଣା ପଡିଥିଲା। ସାଙ୍ଗେ ସାଙ୍ଗ ଗଞ୍ଜେଇ ସହିତ ବୋଲେରୋ ଜବତ କରିଥିଲେ। ଏହି ଅବସରରେ ଗୁଡ଼ାରୀ ତହସିଲଦାର ତଥା ଏକଜୁକେଟିଭ ମାଜିଷ୍ଟ୍ରେଟ ସୁଶ୍ରୀ ଏ. ସ୍ନେହଲତାଙ୍କ ଉପସ୍ଥିତରେ ଜବତ ହୋଇଥିବା ଗଞ୍ଜେଇର ମାପ କରାଯାଇଥିଲା। ସର୍ବମୋଟ ଗଞ୍ଜେଇର ପରିମାଣ ୧୭୮କେଜି ୨୫୦ଗ୍ରାମ ଯାହାର ହାରାହାରି ମୂଲ୍ୟ ପ୍ରାୟ ୧ ଲକ୍ଷ ୭୮ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ମାମଲାର ତଦନ୍ତକାରୀ ଅଧିକାରୀ ଭବେ ଏସ ଆଇ ସଞ୍ଜୟ ଛାତ୍ର ତଦନ୍ତ କରୁଥିବା ଭାରପ୍ରାପ୍ତ ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ସୂଚନା ଦେଇଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ ।
ଗୁଡ଼ାରୀ ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଜବତ
