ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାସ ଙ୍କ ନେତୃତ୍ବରେ ସହର ର ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ୍ ବାଣ ଜବତ।

ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବଗଚାପଡା ଠାରେ ବେ ଆଇନ୍ ବାଣ କାରବାର ସମ୍ବନ୍ଧରେ ବିଶେଷ ସୁତ୍ରରୁ ଖବର ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାସ ଙ୍କ ନେତୃତ୍ବରେ ଥାନା ରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅମର ରାମ ଦୋକାନ ରେ ଅତର୍କିତ ଚଢ଼ାଉ କରି ୪୪ ପେକେଟ ଏବଂ ୧୧୦୦ କେଜି ବିଭିନ୍ନ କିସମର ବେଆଇନ୍ ବାଣ ଜବତ କରିଛନ୍ତି।

ଘଟଣାରେ ସମ୍ପୃକ୍ତ ଅମର ରାମ ଓ ବିନା ଦେବୀ ରାମ ଙ୍କୁ ଗିରଫ କରି ରାଜଗାଙ୍ଗପୁର ପୋଲିସ ଷ୍ଟେସନ୍ କେସ ନଂ ୫୦୪/୨୫ U/S, 288 BNS 9(B)(1)b,The Indian Explosive ACT Sec 5, The Orissa Fire Work And Loudspeaker Regulation ACT ଧାରାରେ ମାମଲା ରୁଜ୍ଜୁ କରାଯାଇ ଆଗକୁ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଚନା ଦେଇଥିଲେ।

ଭୁବନେଶ୍ୱରରୁ କିନ୍ତୁ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉଥିବା ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ହୋଇନାହିଁ। ସେ ଯାହାବି ହେଉ ରାଜଗାଙ୍ଗପୁର ପୋଲିସ ର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
