ପ୍ଲାଣ୍ଟ ଶ୍ରମିକମାନଙ୍କ ସୁରକ୍ଷା ଏବଂ ବୃତ୍ତିଗତ ସ୍ୱାସ୍ଥ୍ୟ ସୁନିଶ୍ଚିତକରଣ ପାଇଁ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା

ପ୍ଲାଣ୍ଟ ଶ୍ରମିକମାନଙ୍କ ସୁରକ୍ଷା ଏବଂ ବୃତ୍ତିଗତ ସ୍ୱାସ୍ଥ୍ୟ ସୁନିଶ୍ଚିତକରଣ ପାଇଁ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଅନୁଷ୍ଠିତ।
କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଥମ ଥର ପାଇଁ କାଜୁ କାରଖାନାମାନଙ୍କରେ ଶ୍ରମିକମାନଙ୍କ ସୁରକ୍ଷା ଏବଂ ବୃତ୍ତିଗତ ସ୍ୱାସ୍ଥ୍ୟ ବିଷୟରେ ଏକ ଦିନିକିଆ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାଟି ଭୁବନେଶ୍ୱର ସ୍ଥିତ ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଥିଲା।


ପୂର୍ବାହ୍ନ ସଭାରେ ମୁଖ୍ୟ ଅତିଥି ଇନ୍ଦ୍ରମଣି ତ୍ରିପାଠୀ, ଆଇ.ଏ.ଏସ., ରାଜ୍ୟ ଶ୍ରମ କମିଶନର, କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଏବଂ ରାଜ୍ୟ ଶ୍ରମ ସଂସ୍ଥାନ ନିର୍ଦ୍ଦେଶକ, ଉପସ୍ଥିତ ହୋଇ କର୍ମଶାଳାର ଉଦଘାଟନ କରିଥିଲେ। ସେ ତାଙ୍କ ଉଦବୋଧନରେ କହିଥିଲେ ଯେ, କାଜୁ କାରଖାନାମାନଙ୍କରେ ବୃତ୍ତିଗତ ସ୍ୱାସ୍ଥ୍ୟ ଆହ୍ଵାନପୁର୍ଣ ଥିବାରୁ ଉଭୟ ଶ୍ରମିକ ଏବଂ ପରିଚାଳନା କର୍ତୃପକ୍ଷ ଏହି କ୍ଷେତ୍ରରେ ଦାୟିତ୍ଵବାନ ଓ ସଚଟନ ହେଲେ ସୁରକ୍ଷା ସହିତ ବୃତ୍ତିଗତ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ସମ୍ଭବ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଡଃ ମଳୟ କୁମାର ପ୍ରଧାନ, ଉପ ନିର୍ଦ୍ଦେଶକ (ସୁରକ୍ଷା), କାରଖାନା ନିୟମାବଳୀ ୧୯୫୦ ଅନୁଯାୟୀ ସମସ୍ତ ସୁରକ୍ଷା ପଦକ୍ଷେପ ନିର୍ବାହ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି କର୍ମଶାଳାରେ ଡଃ ଜଗତଜୀବନ ପତି, ଅଧିକ୍ଷକ, ଇ.ଏସ.ଆଇ ହସ୍ପିଟାଲ, ଚୌଦ୍ୱାର; ଚିତ୍ତରଞ୍ଜନ ବେଉରା, ଉପ ମୁଖ୍ୟ ନିର୍ଦ୍ଦେଶକ, ରାୟଗଡ଼ା ମଣ୍ଡଳ; ଏବଂ ଅନିଲ କୁମାର ନନ୍ଦ, ସହକାରୀ ନିର୍ଦ୍ଦେଶକ, ସଦର ମହକୁମା କର୍ମଶାଳାର ସଫଳ ପରିଚାଳନା କରିଥିଲେ। ଅପରାହ୍ଣ ସଭାରେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ମୋଟ ୬୦ ଜଣ ଅଂଶ ଗ୍ରହଣକାରୀ, କାଜୁ ପ୍ଲାଣ୍ଟ ମାଲିକ, ସୁପରଭାଇଜର ଏବଂ ଅପରେଟରମାନଙ୍କୁ ରାଜ୍ୟ ଶ୍ରମ ସଂସ୍ଥାନ ପକ୍ଷରୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଏହି ରାଜ୍ୟସ୍ତରୀୟ କର୍ମଶାଳା ମାଧ୍ୟମରେ ଶ୍ରମିକ ଓ ପରିଚାଳନା ମଧ୍ୟରେ ସୁରକ୍ଷା ଏବଂ ବୃତ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି ସହିତ ସୁରକ୍ଷିତ, ସ୍ୱାସ୍ଥ୍ୟକର ଓ ଉତ୍ପାଦନଶୀଳ କାର୍ଯ୍ୟ ପରିବେଶ ଗଠନ ପ୍ରତି ଅଂଗୀକାର ଓ ପ୍ରତିବଦ୍ଧତାକୁ ସୁଦୃଢ କରାଯାଇଛି।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *