ଓଡ଼ିଶାରେ ଓକିଲମାନଙ୍କର ଏକତା ହିଁ ସେମାନଙ୍କର ଶକ୍ତି ଓ଼ ସାମର୍ଥ୍ୟ

ଓଡ଼ିଶାରେ ଓକିଲମାନଙ୍କର ଏକତା ହିଁ ସେମାନଙ୍କର ଶକ୍ତି ଓ଼ ସାମର୍ଥ୍ୟ।
ବ୍ରହ୍ମପୁରର ଆଇନଜୀବୀଙ୍କୁ ହତ୍ୟା ନେଇ ଫୁଲବାଣୀ ଠାରେ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା। ଫୁଲବାଣୀ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପ୍ରତିବାଦ ତଥା କେଣ୍ଡେଲ ଶୋଭାଯାତ୍ରା ଉପସଭାପତି ଦିଲୀପ କୁମାର ବାନାର୍ଜୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଅଛି l ପ୍ରକାଶ ଥାଉକି ବ୍ରହ୍ମପୁରର ବରିଷ୍ଟ ବିଜେପି ନେତା, ଓଡିଶା ବାର କାଉନସିଲ ମେମ୍ବର, ବ୍ରହ୍ମପୁରର ଓକିଲ ତଥା ପ୍ରଖ୍ୟାତ ସମାଜସେବୀ ଶ୍ରୀ ପୀତବାସ ପଣ୍ଡାଙ୍କୁ କିଛି ଅସାମାଜିକ ଲୋକଙ୍କ ଗୁଳିମାଡ଼ କରି ହତ୍ୟା କରିଥବା ଖବର


ପ୍ରସାରିତ ହେବା ପରେ ସମଗ୍ର ଓଡିଶା ଵାର କାଉନସିଲ ସମେତ ବାର କାଉନସିଲ ଅଫ ଇଣ୍ଡିଆ ମଧ୍ୟ ଦୃଢ଼ ନିନ୍ଦା କରିବା ସହ ହତ୍ୟାକାରୀକୁ ଶିଘ୍ର ଧରିବା ପାଇଁ ଦାବୀ କରିଛି l ଏନେଇ ସମଗ୍ର କନ୍ଧମାଳ ଜିଲ୍ଳାରେ ଆଇନଜୀବି ମହଲରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି l

ଏହି କ୍ୟାଣ୍ଡେଲ ରାଲି ତଥା ପ୍ରତିବାଦ ଶୋଭାଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ତୁଷାର କାନ୍ତ ନାୟକ, କୋଷାଧକ କୃଷ୍ଣ ଚନ୍ଦ୍ର ସେନାପତି,ଭଗବାନ ମହାନ୍ତି,ରମେଶ ଚନ୍ଦ୍ର ମହାନ୍ତି,ଅଜିତପଟ୍ଟନାୟକ, ଅସୀମ ପ୍ରହରାଜ, ହରିଶ୍ଚନ୍ଦ୍ର ମହାରଣା,ରଞ୍ଜନ କୁମାର ଦାଶ,ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଜ୍ଞାନୀନ୍ଦ୍ର ପାଢ଼ୀ, ବିରୁପାକ୍ଷ ପଣ୍ଡା, ନିହାରିକା ପାତ୍ର, ଜୟନ୍ତୀ ପାଣିଗ୍ରାହୀ, ବୀଣା ପାଣି ପ୍ରଧାନ, ଗୌର ସ୍ୱାଇଁ, ଅଜୟ ପଟ୍ଟନାୟକ, ପ୍ରଦୀପ୍ତ ନାୟକ,ମନୋଜ ପଟ୍ଟନାୟକ, ଶିବ ପ୍ରସାଦ ତ୍ରିପାଠୀ, ପ୍ରତାପ ପାତ୍ର, ବିଜୟ କୁମାର ମହାନ୍ତିଙ୍କ ସମେତ ଫୁଲବାଣୀ ଓକିଲ ସଙ୍ଘର ବହୁ ଆଇନଜୀବି ମାନେ ଉପସ୍ଥିତ ରହି ସ୍ବର୍ଗତ ପୀତବାସ ପଣ୍ଡାଙ୍କ କ୍ୟାଣ୍ଡେଲ ଧରି ଫୁଲବାଣୀ କୋର୍ଟ ଠାରୁ ବଜାର ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପ୍ରତିବାଦ ସହ ଅମର ଆତ୍ମର ସଦଗତି ନିମନ୍ତେ କାମନା କରିଥିଲେ l

ଫୁଲବାଣୀରୁ ଶିବଜୀ ଜେନା ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ

Leave a Reply

Your email address will not be published. Required fields are marked *