ବୌଦ୍ଧ ଜିଲ୍ଲା ମୁଣ୍ଡା ପଡ଼ା ଠାରେ ଆଦିମ ଅଧିବାସୀ କନ୍ଧ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଆଦିକନ୍ଦ ସଭାପତି ଚିନ୍ତାମଣି ଭୋଇ, ମୁଖ୍ୟ ବକ୍ତା ଶୁଶିଲ ଦେହେରି, ସମ୍ମାନିତ ଅତିଥି କଣ୍ଟାମାଳ ଆଦିବାସୀ ସଭାପତି ଡମ୍ବରୁଧର କହଁର, ଦେବ ରଞ୍ଜନ କହଁର, ପଞ୍ଚାନନ କହଁର, ଯୋଗଦେଇ ଥିବା ବେଳେ ନରୋତ୍ତମ ମଲ୍ଲିକ, ବିରମିତ୍ର ମଲ୍ଲିକ, କେନ୍ଦ୍ର ଆଦିକନ୍ଦ ସମ୍ପାଦକ ପ୍ରଦୀପ ମାଝୀ, ଶିବଶ୍ର ସାହୁ, ଅଭିମନ୍ୟୁ ନାଏକ, ଜାତକ ନାଏକ, ପ୍ରମୁଖ ଏହି କାର୍ଯ୍ୟକ୍ରମ ର ନେତୃତ୍ଵ ନେଇଥିଲେ l

ଏହି ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ କଣ୍ଟାମାଳ ଆଦିବାସୀ ସଭାପତି ଡମ୍ବରୁଧର କହଁର, ଜଙ୍ଗଲ ଜମି ସୁରକ୍ଷା ଉପରେ ଅନୁରୋଧ କରିଥିଲେ l

ଶେଷରେ ଅରୁଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ
