ଆଦିବାସୀ ସଂଘର୍ଷ ମୋର୍ଚା (ଏ.ଏସ୍.ଏମ୍. ) ତରଫରୁ ଏକ ତଦନ୍ତ କମିଟି ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଲପଦ ପଞ୍ଚାୟତ ର କୁକୁରୁଗୁଡା ଗାଁରେ ପହଞ୍ଚିଛନ୍ତି। ଏମାନେ ଆଦିବାସୀ ମାନଙ୍କ ପୂର୍ବପୁରୁଷରୁ ଥିବା ଜଙ୍ଗଲ ଜମିର କାଜୁବାଡିକୁ ସମୀକ୍ଷା କରିବାକୁ ଯାଇଥିଲେ।
ଆଦିବାସୀ ମାନେ କାଜୁ ଲଗାଇ ଫସଲ ଅମଳ କରି ପରିବାର ପରିପୋଷଣ କରୁଛନ୍ତି। କିନ୍ତୁ ଆନ୍ଧ୍ର ପ୍ରଦେଶର ଜମି ମାଫିଆ ମାନେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ କାଜୁ ଗଛକୁ ଜେସିବି ମାଧ୍ୟମ ରେ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି। ଓଡିଶା ମାଟିରେ ଆନ୍ଧ୍ରପ୍ରଦେଶ ଜମିଦାର ମାନେ ଆଦିବାସୀ ମାନଙ୍କ ଜିବନ ଜିବିକା ଉପରେ ଆକ୍ରମଣ କୁ ଆଦିବାସୀ ସଂଘର୍ଷ ମୋର୍ଚାର କେଦ୍ରୀୟ ନେତା ତ୍ରିପତି ଗମାଙ୍ଗ ଓ ରାଇନାଶବର ତିବ୍ର ସମାଲୋଚନା କରିଛନ୍ତି।
ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଲପଦ ପଞ୍ଚାୟତର କୁକୁରୁଗୁଡା ଏକ ଗ୍ରାମ ଯାହାକି ଆନ୍ଧ୍ର ଓଡ଼ିଶା ବର୍ଡରରେ ରହିଛି। ଆଦିବାସୀ ମାନଙ୍କ ନାମ ରେ କୌଣସି ଜମି ନାହିଁ କି ଘର ଡିହ ପଟା ମଧ୍ୟ ନାହିଁ। ଆଦିବାସୀ ମାନଙ୍କ ଭୋକର ମେଣ୍ଟ ପୁରଣ କରିବା ପାଇଁ ଦୁଇ ଓଳି ଭଲ ଖାଇବା କଷ୍ଟ କର ହେଉଛି। ଜଙ୍ଗଲ କୁ ସଫା କରି ଧାନ ମାଣ୍ଡିଆ କାଦୁଂଲ କପା, କାଜୁ ଗଛ ଲଗାଇ ଯାହା ଆଦାୟ ହେଉଛି ସେଥିରୁ ପରିବାର ପରିପୋଷଣ କରୁଛନ୍ତି l କୁକୁରୁଗୁଡା ଗାଁ ରେ ଆଦିବାସୀ ମାନଙ୍କ ଶିକ୍ଷା ଅଭାବ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଆଦିବାସୀ ମାନଙ୍କୁ ଯେଉଁ ସମ୍ଭିଧାନିକ ଅଧିକାର ମିଳିବା କଥା ତାହା ମିଳିପାରୁନି। ଆନ୍ଧ୍ର ପ୍ରଦେଶର ଜଣେ ଅଣ ଆଦିବାସୀ ଲୋକ କୁକୁରୁଗୁଡା ଗାଁର ପ୍ରାୟ ୬୦ ଏକରୁ ଉର୍ଦ୍ଧ ଜମି ସରକାର କଳକୁ ହାତ କରି ବେଆଇନ ଭାବେ ନେଇ କାଗଜ ପତ୍ର କରିଛି। ଉକ୍ତ ଜମି ଆଦିବାସୀ ମାନଙ୍କ ଭୋଗ ଦଖଲ ରେ ରହିଛି।
ଓଡିଶା ରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀ ମାନଙ୍କ ଭୋଗ ଦଖଲ ରେ ରହିଥିବା ଜମିକୁ ସୁରକ୍ଷା ଦିଅନ୍ତୁ ବୋଲି ଦାବି ହେଉଛି।
ରେଜିଷ୍ଟ୍ରେସନ୍ ବାତିଲ କରିବା ପାଇଁ ଦାବି ହେଉଛି। ଆଦିବାସୀ ମାନଙ୍କ ମଧ୍ୟରେ ପଟା ପ୍ରଦାନ କରିବା ସହ ଏହାର ସମାଧାନ ନହେଲେ ବଡ଼ ଧରଣର ଆଦିବାସୀ ଆନ୍ଦୋଳନ ହେବ। ଏହା ଏ.ଏସ୍.ଏମ୍. କମିଟି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।
ଆନ୍ଧ୍ର ପ୍ରଦେଶର ଜମି ମାଫିଆ ମାନଙ୍କ ବିରୁଦ୍ଧରେ ଆଦିବାସୀ ମେଳି।
