ବିଜେପିର ଐତିହାସିକ ବିକାଶ ଯାତ୍ରାକୁ ନେଇ ପ୍ରଦର୍ଶନୀ ଅନୁଷ୍ଠିତ

ମୁଁ ବର୍ଷା ସ୍ୱାଗତ କରୁଛି ଫଟୋନିୟୁଜ, “ନିୟୁଜ ରୁମ”କୁ।ବିଜେପିର ୪୭ତମ ସ୍ଥାପନା ଦିବସ ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ‘ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ’ ଅନୁଷ୍ଠି।
ବିଜେପିର ଐତିହାସିକ ବିକାଶ ଯାତ୍ରାକୁ ନେଇ ପ୍ରଦର୍ଶନୀ ଅନୁଷ୍ଠିତ।
ବିଶିଷ୍ଟ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ।୪ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ।
 “ସମାଜର ଅନ୍ତିମ ଧାଡିରେ ଠିଆ ହୋଇଥିବା ବ୍ୟକ୍ତିର ଉତ୍ଥାନ ପାଇଁ ତାଙ୍କ ପାଖରେ ବିକାଶ ଓ ସୁବିଧା ପହଂଚାଇବା ଆମର ଲକ୍ଷ୍ୟ” ବୋଲି ପଣ୍ଡିତ ଦୀନଦୟାଲ ଉପଧ୍ୟାୟଜୀ କହିଛନ୍ତି । “ଉଠ ମୋର ଦେଶବାସୀ, ନ୍ୟାୟ ଏବଂ ରାଷ୍ଟ୍ରର ଐତିହ୍ୟର ସୁରକ୍ଷା ପାଇଁ ଉଠ” ବୋଲି ପ୍ରତିଷ୍ଟାତା ସଭାପତି ଡା.ଶ୍ୟାମାପ୍ରସାଦ ମୁଖାର୍ଜୀ କହିଛନ୍ତି । “ମୋ ଜୀବନର ସବୁଠାରୁ ବଡ ସମ୍ମାନ ଏହା କି ଯେ କି ମୁଁ ବିଜେପିର ଜଣେ କାର୍ଯ୍ୟକର୍ତ୍ତା। କାର୍ଯ୍ୟକର୍ତ୍ତା ହିଁ ସଂଗଠନର ପ୍ରାଣ ଶକ୍ତି ଅଟନ୍ତ”, ବୋଲି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ କହିଛନ୍ତି । “ଏକ ମଜବୁତ ରାଷ୍ଟ୍ର ପାଇଁ ପ୍ରତ୍ୟେକ ନାଗରିକର ଚରିତ୍ର ମଜବୁତ ହେବା ଆବଶ୍ୟକ” ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହାଜୀ କହିଛନ୍ତି ।
“ରାଜନୀତି କେବଳ ପଦବୀ ନୁହେଁ, ଏହା ଏକ ଉତ୍ତରଦାୟୀତ୍ୱ” ବୋଲି ବର୍ତ୍ତମାନର ରାଷ୍ଟ୍ରୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ କହିଛନ୍ତି । ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ଏଭଳି ମହତ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଚରିତାର୍ଥ କରି ଏବଂ ‘ସଂକଳ୍ପରୁ ସିଦ୍ଧି ମୂଳମନ୍ତ୍ର’କୁ ଆଧାର କରି ଆଜି ଆମେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବରେ ପ୍ରତିପାଦିତ କରିବା ସହିତ ୪୭ ବର୍ଷରେ ପଦାର୍ପଣ କରିଛୁ ।
ବିଜେପିର ଏହି ୪୭ ବର୍ଷର ବିକାଶ ଯାତ୍ରାରେ ୧୨ ଜଣ ରାଷ୍ଟ୍ରୀୟ ସଭାପତି ଏବଂ ୯ ଜଣ ରାଜ୍ୟ ସଭାପତିଙ୍କ ବଳିଷ୍ଠ ନେତୃତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟରେ ସଂଗଠନକୁ ସଶକ୍ତ କରିଛି । ପ୍ରଥମ ଥର ପାଇଁ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୩ ଥରର କେନ୍ଦ୍ର ସରକାର ଏବଂ ୨୦୧୪ ମସିହାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ପର୍ଯ୍ୟନ୍ତ ୧୨ ବର୍ଷର କେନ୍ଦ୍ର ସରକାର ଭାରତ ବର୍ଷକୁ ‘ନୂତନ ଭାରତ’ ଭାବେ ଗଢି ତୋଳିଛନ୍ତି ।
ବ୍ୟୁରୋ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *