ଜ୍ଞାନ ବାଣ୍ଟିଲେ ସରକାର

 

ନୂଆପଡା ଜିଲ୍ଲା ଖଡିଆଳଠାରେ ଥିବା ନବପ୍ରଭା ମୁକ୍ତ ଆଶ୍ରୟ ସ୍ଥଳୀ ଏବଂ ଉତ୍କଳ ବାଲାଶ୍ରମ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପରିଦର୍ଶନ କରିଛନ୍ତି।

ନୂଆପଡା ଜିଲ୍ଲା ଖଡିଆଳଠାରେ ଥିବା ନବପ୍ରଭା ମୁକ୍ତ ଆଶ୍ରୟ ସ୍ଥଳୀ ଏବଂ ଉତ୍କଳ ବାଲାଶ୍ରମ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାସ ଆସି ଆଭ୍ୟନ୍ତରୀଣ ବ୍ୟବସ୍ଥା ନିରୀକ୍ଷଣ କରିବା ସହ ଅନ୍ତେବାସୀ ଙ୍କ ସହ ଆଲୋଚନା କରିଥିଲେ।

ଆବଶ୍ୟକ ସହାୟତା ପ୍ରଦାନ କରିବା ସହ ଶିକ୍ଷା ଗ୍ରହଣ ପ୍ରତି ଗୁରୁତ୍ଵ ଦେବାକୁ ଆହ୍ବାନ କରିଛନ୍ତି। ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ଼ଃ.ଫଣିନ୍ଦମ ଦେଓ ଅନ୍ତେବସୀ ଙ୍କ ସହ ଆଲୋଚନା କରି ନିଜ ଅଧିକାର ବଳରେ ସୁସ୍ଥ ଜୀବନ ଏବଂ ସୁରକ୍ଷିତ ଜାପାନ କରିବାକୁ ଆହ୍ବାନ କରିଛନ୍ତି।

ଏହି ପରିଦର୍ଶନ ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଉପ ଆଇନଜୀବୀ ଅନୁପ ଶର୍ମା, ସ୍ବେଛାସେବୀ ଅଜିତ ପଣ୍ଡା, ତପନ ଦାସ, ଦୁଇ ଜଣ ଆଇନ ଅଧ୍ୟୟନ ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।
ନୂଆପଡାରୁ ତପନ ଦାସଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *