ଜିଲ୍ଲାପାଳ ବାଉଁଶୁଣି ମେଡିକାଲ ପରିଦର୍ଶନ କରି ନିର୍ଦେଶ ଦେଇଥିଲେ

ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି ମୁଁ ବର୍ଷା।ଜିଲ୍ଲାପାଳଙ୍କ ଅଚାନକ୍ ଡାକ୍ତରଖାନା ପରିଦର୍ଶନ।

ଜିଲ୍ଲା ସଦର ବ୍ଲକ ତାଳସରଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବାଉଁଶୁଣୀ ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ସମାଜସେବୀ ତଥା ବିଜେପି ଜିଲ୍ଲା ଉପସଭାପତି ସୁଶାନ୍ତ ବାଘ, ବିଜେପି ବହିରା ମଣ୍ଡଳ ସଭାପତି ଯୀଶୁ ପଧାନ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ।

ଉକ୍ତ ସମସ୍ୟାକୁ ଜିଲ୍ଲାପାଳ ଗଭୀରତା ସହ ନେଇ ଜନଶୁଣାଣି ଶେଷ ହେବା ପରେ ଜିଲ୍ଲାପାଳ ବାଉଁଶୁଣି ମେଡିକାଲ ପରିଦର୍ଶନ କରି ଅଂଶୁଘାତ କକ୍ଷର ଏସି ଖରାପ ଥିବା, ମେଡିକାଲ ଥଣ୍ଡା ପାନୀୟ ଜଳ ଅଚଳ , ଶୌଚାଳୟ ଅପରିଷ୍କାର, ପାନୀୟ ସମସ୍ୟା ଓ ଖରା ଦିନରେ ଡିଜି କୁଳର ଅଚଳ ଥିବାଦେଖି ରାଗିଯିବା ସହ ତୁରନ୍ତ ମରାମତି ପାଇଁ ବୌଦ୍ଧ ବିଡ଼ିଓ ଓ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l

ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ଆସନ୍ତାକାଲି ଏକ ବୈଠକ କରିବା ସହ ମେଡିକାଲ ର ବିଭିନ୍ନ ସମସ୍ୟାକୁ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ l

ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ସାମଲ ସହିତ ସମାଜସେବୀ ସୁଶାନ୍ତ ବାଘ,ଯୀଶୁ ପଧାନ ଉପସ୍ଥିତ ଥିଲେ l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *