ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି ମୁଁ ବର୍ଷା।ଭଞ୍ଜନଗର ଓକିଲ ସଙ୍ଘ ତରଫରୁ ଓକିଲ ଦିବସ ପାଳିତ।

ଆଜି ଭଞ୍ଜନଗର କୋର୍ଟ ପରିସରରେ ଓକିଲ ଦିବସ ତଥା ମଧୁ ଜୟନ୍ତୀ ପାଳିତ ହୋଇଯାଇଛି।ଆଜି ସକାଳେ ଭଞ୍ଜନଗର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଅନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବା ସହ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି ଅବସରରେ ଭଞ୍ଜନଗର ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକ,ସମ୍ପାଦକ ଧୀରେନ କୁମାର ସ୍ୱାଇଁ, ଉପସଭାପତି ରଜତ କୁମାର ଦାସ, ସହ ସମ୍ପାଦକ ଶ୍ରୀମତୀ ସ୍ନିଗ୍ଧା ଦାସ,ମଧୁସୂଦନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଏଥି ସହ ଭଞ୍ଜନଗର ଓକିଲ ସଂଘ ର ବହୁ ଆଇନଜୀବୀ ଉପସ୍ଥିତ ରହିଥଲେ।ଏହି ପୂଣ୍ୟ ଦିବସରେ ଅପରାହ୍ନରେ ଭଞ୍ଜନଗର କୋର୍ଟ ପରିସରରେ ଥିବା ଜୁବୁଲି ହଲ ଠାରେ ଏକ ସଭା ର ଆୟୋଜନ ହୋଇଥିଲା ଏଥିରେ ମୂଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଶ୍ରୀଯୁକ୍ତ ମୁରାହରି ଶ୍ରୀରମନ ଓଡିଶା ଉଚ୍ଚ ନ୍ୟାୟାଳୟ ଉପ-ସଲିସିଟର ଜେନେରାଲ ଭାରତ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପରହି ଯୋଗଦେଇ ଥିଲେ।ଭଞ୍ଜନଗର କୋର୍ଟ ର ବହୁ ଆଇନଜୀବୀ ବନ୍ଧୁ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।

ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟଫଟୋ ନିୟୁଜ ଟାଇମ୍ସ।
