ସିନେମା ହଲ୍ ରେ ନିଆଁ। ରାୟଗଡା ସହରର ଅଶୋକା ସିନେମା ହଲ୍ ରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତିଗଲେ ଶତାଧିକ ଦର୍ଶକ। ଗତକାଲି ସଂନ୍ଧ୍ଯାରେ ତେଲୁଗୁ ସିନେ ତାରକା ପ୍ରଭାସ ଙ୍କ ବହୁ ପ୍ରତିକ୍ଷୀତ ସିନେମା ରାଜା ସାହେବ୍ ର ଶୁଭ ମହୁରତ ହୋଇଥିଲା।

ପ୍ରଭାସ ଙ୍କ ସମର୍ଥକ ମାନେ ସିନେମା ହଲ୍ ପରିସରରେ ନିଆଁ ଲଗାଇ ପ୍ରଭାସଙ୍କୁ ଆରତୀ ଦେଇଥିଲେ। ତେବେ ନିଆଁଟି ପରଦା ପାଖରେ ପଡିଥିବା କାଗଜ ଖଣ୍ଡ ଉପରେ ଲାଗିଯାଇଥିଲା। ପରେ ହଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁ ଲିଭା ଯନ୍ତ୍ର ରେ ନିଆଁ କୁ ଆୟତ୍ତ କରିଥିଲେ। ଯାହାଦ୍ବାରା ଏକ ବଡ ଦୁର୍ଘଟଣା କୁ ଏଡେଇ ଦିଆଯାଇ ପାରିଥିଲା। ଏହି ଘଟଣା ଘଟିବା ପରେ ହଲ ପରିସରରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ନିଆଁକୁ ଦେଖି ଦର୍ଶକ ମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ। ତେବେ ଏହି ଘଟଣାରେ କାହାର କିଛି କ୍ଷତି ଘଟିନଥିବା ଜଣାପଡିଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
