ତୀର୍ଥଯାତ୍ରାରେ ବାହାରିଲେ ୭୭୫ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ।
ରାୟଗଡlରୁ ଅଯୋଧ୍ୟା, ବନାରସ ପରିଦର୍ଶନ କରିବେ।
ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଦକ୍ଷିଣାପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲ୍ଳାର ୭୭୫ଜଣ ତୀର୍ଥଯାତ୍ରୀ ଓ ୨୫ଜଣ ଏସକର୍ଟ କର୍ମକର୍ତାମାନେ ଆଜି ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ବନାରସ ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି । ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ, ଆପଲସ୍ୱାମୀ କଡ୍ରାକl, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ରେଳ ବିଭାଗ ରାୟଗଡ ରେଳ ମଣ୍ଡଳ ପରିଚାଳକ ଶ୍ରୀ ଅମିତାଭ ସିଂଘଳ,ମୁଖ୍ୟ ଉନ୍ନୟନ ଅଧିକାରୀ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବlଳମୁକୁନ୍ଦ ଭୂୟାଁ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ,ରାୟଗଡ ପୌର ଅଧ୍ୟକ୍ଷ ଶ୍ରୀ ମହେଶ ପଟ୍ଟନାୟକ,ରାମନାଗୁଡ଼ା ସମିତି ଅଧ୍ୟକ୍ଷା ଶ୍ରୀ ରବିଶଙ୍କର ଗମାଙ୍ଗ,
ଅତିଥି ଭାବେ ଯୋଗ ଦେଇ ତୀର୍ଥଯାତ୍ରୀମାନେ ଯାଉଥିବା ସ୍ୱତନ୍ତ୍ର ଟ୍ରେନରେ ଫିତା କାଟିବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅତିରକ୍ତ ନିର୍ଦ୍ଦେଶକ ବିଶ୍ୱଜିତ୍ ରାଉତରାଏ, ବରିଷ୍ଠ ସହାୟକ ବୁଦ୍ଧ ଦେବ ବୁଦୁଲା ସମେତ ରେଳବାଇ ଆଇଆରସିଟିସି କର୍ତୁପକ୍ଷ ଏବଂ ରାୟଗଡା ଜିଲ୍ଳାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ମନୋଭାବ ଆସୁଥିବା ବେଳେ ତୀର୍ଥଯାତ୍ରା କରିବାକୁ ମଧ୍ୟ ମନ ବଳାଇଥାନ୍ତି ତେବେ ଅର୍ଥାଭାବରୁ ତଥା ପାରିବାରିକ ଆର୍ଥିକସ୍ଥିତି ଉଜ୍ୱଳ ନ ଥିବାରୁ ସେମାନେ ତୀର୍ଥସ୍ଥାନ ଭ୍ରମଣ କରିପାରନ୍ତି ନାହିଁ ।
ସେହିପରି ଆର୍ଥିକ ଅନଗ୍ରସର ଓ ଦାରିଦ୍ର ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପୁନ୍ନ କାର୍ଯ୍ୟକ୍ଷମ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିବା ସୁଯୋଗ ଦେଇଛନ୍ତି । ଏଥର ୭୭୫ଜଣ ଓ ଏସକୋଟ ଅଫିସର ମିଶି ସର୍ବମୋଟ ୮୦୦ଜଣ ତୀର୍ଥଯାତ୍ରୀ ଯାତ୍ରାର ସୁଯୋଗ ପାଉଛନ୍ତି । ଏହି ଯାତ୍ରା ବେଳେ ତୀର୍ଥ ଯାତ୍ରୀମାନଙ୍କ ସମସ୍ତ ସୁବିଧାସୁଯୋଗ ରାଜ୍ୟ ସରକାର ବହନ କରିଥାନ୍ତି lତୀର୍ଥଯାତ୍ରୀମାନଙ୍କ ରହିବା,ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ଗସ୍ତ ଜଗୁଆଳୀ,ପଥ ପ୍ରଦର୍ଶକ,ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଚଳିତ ୨୦୨୪-୨୫ଆର୍ଥିକ ବର୍ଷରେ ୧୦ଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥି ମଧ୍ୟରେ ରାୟଗଡା ଠାରୁ ଅଯୋଧ୍ୟା – ବନାରସ ତୀର୍ଥସ୍ଥାନ ଭ୍ରମଣର ସ୍ଥିର କରାଯାଇଥିଲା ବୋଲି ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଭୂୟାଁ ପ୍ରକାଶ କରିଛନ୍ତି । ଏଥିରେ ରାୟଗଡା ଜିଲ୍ଳାର ୧୧୮,ଜଣ ତୀର୍ଥଯାତ୍ରୀଙ୍କ ସମେତ କୋରାପୁଟର ୧୬୮ଜଣ, ନବରଙ୍ଗପୁରର ୧୪୮ଜଣ, ମାଲକାନଗିରି ୭୫ଜଣ , ନୂଆପଡା ଜିଲ୍ଳାର ୭୪ଜଣ ଏବଂ କଳାହାଣ୍ଡିର ୧୯୨ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରା ଭ୍ରମଣରେ ଗସ୍ତ କରିଛନ୍ତି । ଗତକାଲି ଉକ୍ତ ଛଅଟି ଜିଲ୍ଳାର ତୀର୍ଥଯାତ୍ରୀଙ୍କୁ ରାୟଗଡାରେ ରହଣୀ ବ୍ୟବସ୍ଥା କରାଯାଇଥିବା ବେଳେ ସଂଧ୍ୟାରେ ଭଜନ ସଂଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଜି ରାୟଗଡା ରେଳବାଇ ଷ୍ଟେସନ ସମ୍ମୁଖରେ ତୀର୍ଥଯାତ୍ରୀମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିବା ବେଳେ ଷ୍ଟେସନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।
ଏହି ତୀର୍ଥଯାତ୍ରା ଭ୍ରମଣ ନିମନ୍ତେ ରାୟଗଡା ଠାରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ
ଜିଲ୍ଳପାଳ ନବୀନ ଚନ୍ଦ୍ର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭାରପ୍ରାପ୍ତ ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ନାରାୟଣ ମିଶ୍ର ପରିଚାଳନା କରିଥିଲେ ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ
ତୀର୍ଥଯାତ୍ରାରେ ବାହାରିଲେ ୭୭୫ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ
