ଯୁବକଙ୍କୁ ପିଟି ପିଟି ହତ୍ୟା ପୁରୁଷ ଶୂନ୍ୟ ହେଲା ଗ୍ରାମ

ଭଞ୍ଜନଗର ଥାନା ଅନ୍ତର୍ଗତ ସାରଦୁଲ ଗ୍ରାମରେ ଗତ ରାତିରେ ଚୋରୀ ସନ୍ଦେହରେ ଗ୍ରାମବାସୀ ଜଣେ ଯୁବକକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନୁର୍ଧୁମ ପିଟି ଥିଲେ ଓ ପରେ ସକାଳେ ଗୁରୁତର ଯୁବକକୁ ଭଞ୍ଜନଗର ପୋଲିସ କୁ ହସ୍ତାନ୍ତର କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଯୁବକ ଜଣଙ୍କ ମୃତ୍ୟୁ ହୋଇଥିଲା।ଏ ସଂକ୍ରାନ୍ତରେ ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଥାନା ଅଧିକାରୀ ଘଟଣା କୁ ଗୁରୁତର ସହ ନେଇ ସାରଦୁଲ ଗ୍ରାମର ତିରିଶ ଉର୍ଦ୍ଧ୍ବ ପୁରୁଷ ମହିଳା ଙ୍କୁ ଥାନାକୁ ଉଠାଇ ଆଣିଛନ୍ତି।ଆଜି ଭଞ୍ଜନଗର ପୋଲିସ ସାରଦୁଲ ଗ୍ରାମକୁ ଗାଙ୍ଗପୁର, ତାରସିଂ, ବେଲ ଗୁଣ୍ଠା ପୋଲିସ ର ମିଳିତ ଚଢ଼ାଉ ରେ ଗ୍ରାମରେ ଭୟର ବାତାବରଣ ଦେଖାଯାଇଛି।

 

କହିବାକୁ ଗଲେ ଗିରଫ ଭୟରେ ପୁରୁଷ ଶୂନ୍ୟ ହୋଇ ଯାଇଛି ସାର୍ଦ୍ହୁଲ ଗ୍ରାମ।ସୂଚନାଯୋଗ୍ୟ ଯେ ଗତ ରାତିରେ କିଛି ବ୍ୟକ୍ତି ଚୋରି ଉଦ୍ଧେଶ୍ୟରେ ଗାଁ କୁ ଆସିଥିଲେ ଓ ଚୋରି ସମୟରେ ଶବ୍ଦ ହେବାରୁ ଗାଁ ଲୋକ ଉଠି ପଡ଼ିଥିଲେ ଓ ସେହି ସମୟରେ କନ୍ଧମାଳ ଜିଲ୍ଲା କୁରୁମୁଙ୍ଗିଆ ଗ୍ରାମର ବାନଧର ପ୍ରଧାନ କୁ ଲୋକେ କାବୁ କରିଥିଲେ କିନ୍ତୁ ଅନ୍ୟ ମାନେ ଖସି ପଳାଇଥିଲେ।

ସୂଚନାଯୋଗ୍ୟ ଯେ ଯଦି ବ୍ୟକ୍ତି ଜଣକ ଚୋରୀ କରୁଥିଲେ କିମ୍ବା ଅନ୍ୟ କୌଣସି ମନ୍ଦ ଉଦ୍ଧେଶ୍ୟରେ ଆସିଥିଲେ ତାହା ପୋଲିସ ତଦନ୍ତ କରିଥାନ୍ତା କିନ୍ତୁ ଆଇନ ହାତକୁ ନେଇ ଜଣକୁ ପିଟି ପିଟି ମାରିଦେବା ଏହା ଏକ ଅପରାଧ, ତେଣୁ ଭଞ୍ଜନଗର ପୋଲିସ ଘଟଣା କୁ ଗୁରୁତର ସହ ନେଇ ତଦନ୍ତ ଚାଲୁ ରଖୁଛି ଓ ଗତ ରାତିରେ ପିଟିବା ସମୟର ଭାଇରାଲ ଭିଡ଼ିଓ କୁ ଆଧାର କରି ତଦନ୍ତ ଚାଲୁ ରଖିଛି।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *