ମୁନିଗୁଡ଼ା ପ୍ରେସ କ୍ଲବର ୨୦ତମ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ।

 

ମୁନିଗୁଡ଼ା ପ୍ରେସ କ୍ଲବର ୨୦ତମ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ପ୍ରେସ କ୍ଳବର ୨୦ତମ ବାର୍ଷିକ ଉତ୍ସବ ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପତିତ୍ବ ଓ ଉପ ସଭାପତି ମନୋରଞ୍ଜନ ଦଳାଇଙ୍କ ସଂଯୋଜିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବେଣୁଧର ପଣ୍ଡା,ମୁଖ୍ୟବକ୍ତା ରାୟଗଡ଼ା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମୁଖ୍ୟ ଅଧିକାରୀ ବସନ୍ତ କୁମାର ପ୍ରଧାନ,ସମ୍ମାନିତ ଅତିଥି ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ଦାଶ,ଲୋକନାଥ ଦଳେଇ,ପ୍ରେସ କ୍ଲବ ବରିଷ୍ଠ ଉପଦେଷ୍ଟା ରାମଚନ୍ଦ୍ର ବେହେରା,ରାୟଗଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ଅମୁଲ୍ୟରତ୍ନ ସାହୁ ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ଏବଂ ରାଜ୍ୟ ସଙ୍ଗୀତ ବେନ୍ଦେ ଉତ୍କଳ ଜନନୀ ଗାନ ପୂର୍ବକ ବାର୍ଷିକ ଉତ୍ସବର ଶୁଭାରମ୍ଭ କରିଥିଲେ।ପରେ ପ୍ରେସ କ୍ଲବ ତରଫରୁ ସଦସ୍ୟମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।ଦିବଂଗତ ସାମ୍ବାଦିକ ନିରଞ୍ଜନ ସାହୁ,ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡାଙ୍କ ପବିତ୍ର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ମୁନିଗୁଡା ରୁ ରାମା ରାଓଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ

Leave a Reply

Your email address will not be published. Required fields are marked *