ରାଜଗାଙ୍ଗପୁର ବାଣ୍ଠୁପଡା ସଂକଟମୋଚନ ହନୁମାନ ମନ୍ଦିର ର ୮ ତମ ବାର୍ଷିକ ଉତ୍ସବ ପାଳନ।
ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବାଣ୍ଡୁପଡା ସ୍ଥିତ ସଂକଟମୋଚନ ହନୁମାନ ମନ୍ଦିର ର ୮ ତମ ବାର୍ଷିକ ଉତ୍ସବ ବିଶ୍ଵ ଶାନ୍ତି ମହାଯଜ୍ଞ ନାମ ସଂକୀର୍ତ୍ତନ ମହାସମାରୋହରେ ପାଳନ କରାଯାଇଛି। ଚଳିତ ମାସ ଛ,ସାତ,ଆଠ ,ନ ଓ ଦଶ ତାରିଖ ରେ ଦିନ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ଆଜି ନାମଯଜ୍ଞ ଓ ନଗର କୀର୍ତ୍ତନ କରିଯାଇ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଂକଟମୋଚନ ହନୁମାନ କମିଟି ର ସଭାପତି ଅମିତ ଖେସ, ଉପସଭାପତି ଆମର ପାତ୍ର ସମ୍ପାଦକ ବନିତା ଟୋପୋ ସହ ସମ୍ପାଦକ ମମତା ଟପୋ କୋଷାଧ୍ୟକ୍ଷ ସୁମିତ୍ରା ବାର୍ଲା ଙ୍କ ସହ ଉପଦେଷ୍ଟା କମିଟି ଓ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଥିଲା।
ସଂକଟମୋଚନ ହନୁମାନ ମନ୍ଦିର ର ୮ ତମ ବାର୍ଷିକ ଉତ୍ସବ ପାଳନ
