ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୌଦ୍ଧ ଜିଲ୍ଲାରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ କଟା କାର୍ଯ୍ୟ ମହାଡମ୍ବରରେ ଆରମ୍ଭ ହୋଇଛି l

ମାଧପୁର ରେଞ୍ଜ ଅଧୀନ ମୁଣ୍ଡେଶ୍ୱେର ଜଙ୍ଗଲରେ ପୂଜାର୍ଚନା କରି ଅସନ, ଧଉରା, ଫାସୀ ଓ ଶିମିଳି ପରି ମୂଲ୍ୟବାନ କାଠ କଟା ଆରମ୍ଭ କରାଯାଇଛି l ଏହି ପବିତ୍ର ଅବସରରେ ବୌଦ୍ଧ ଡିଏଫଓ ରାଜେନ୍ଦ୍ର ଗୋଛାୟତ, ମାଧପୁର ରେଞ୍ଜ ଅଧିକାରୀ ଆସିକ ଡିଗାଲ, ବାରିଙ୍ଗ ବିଟର ଫରେଷ୍ଟ ଗାର୍ଡ ବୀଣାପାଣି ଖଟୁଆ ଓ ବାରିଙ୍ଗ ଗ୍ରାମର ସଂକୀର୍ତନ୍ୟ ମଣ୍ଡଳୀ ଉପସ୍ଥିତ ରହି ପୂଜାର୍ଚନା କରିଥିଲେ l

ବୌଦ୍ଧ ଜିଲ୍ଲାର ପାଞ୍ଚଟି ରେଞ୍ଜ—ମାଧପୁର, ପୁରୁଣା କଟକ, ବୌଦ୍ଧ, ମନମୁଣ୍ଡା ଓ କଣ୍ଟାମାଲ—ରୁ ମୋଟ ୨୦୦ଖଣ୍ଡ ରଥକାଠ ପୁରୀକୁ ପଠାଯିବ l ଏଥିରୁ ମାଧପୁର ରେଞ୍ଜରୁ ପ୍ରାୟ ୫୦ ଖଣ୍ଡ ଅସନ ଓ ଧଉରା କାଠ ଯୋଗାଣ ହେବ l

ଏହି ରଥକାଠ ଦ୍ୱାରା ପୁରୀରେ ଭଗବାନ ଜଗନ୍ନାଥଙ୍କ ପବିତ୍ର ରଥ ନିର୍ମାଣ କରାଯିବ, ଯାହା ପାଇଁ ବୌଦ୍ଧ ଜିଲ୍ଲାର ଜଙ୍ଗଲ ଏକ ବିଶେଷ ଅବଦାନ ରଖୁଛି l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ
