ମୁଁ ବର୍ଷା ଫଟୋ ନିୟୁଜ, ” ନିୟୁଜ ରୁମ” କୁ ସ୍ୱାଗତ କରୁଛି।ଓଡିଶା ବିଧାନସଭା ରେ ବଜେପି ସଂସଦ ନିଶିକାନ୍ତ ଦୁବେ ଙ୍କ ବିଜୁ ବାବୁଙ୍କ ସମ୍ପର୍କ ରେ ଦେଇଥିବା ମନ୍ତବ୍ୟ କୁ ନେଇ ଉଠିଥିଲା ତୀବ୍ର ବିରୋଧ। କଗ୍ରେସ ଓ ବିଜେଡି ର ବିଧାୟକ ମାନେ ତୀବ୍ର ସମାଲୋଚନା କରିଥିଲେ। ନିଶିକାନ୍ତ ଦୁବେ ତାଙ୍କ ମତ ଓ ମନ୍ତବ୍ୟ ରେ ରଖିଥିଲେ ଯେ ବିଜୁବାବୁ ହେଉଛନ୍ତି CIA ଏଜେଣ୍ଟ ତଥା ସ୍ପାଏ। ଏହା କୁ ମଧ୍ୟ X-post ରେ ପୋଷ୍ଟ କରିଥିଲେ। ଦର୍ଶକ ବନ୍ଧୁ ଆପଣ ମାନେ ଜାଣିରଖିବା ଉଚିତ ଯେ ଯେତେ ବେଳେ ଜଣେ ବ୍ୟକ୍ତି ଭାରତ ରେ ରହି ଅନ୍ୟ ଦେଶ ପାଇଁ କାମ କରେ ସେହି ବ୍ୟକ୍ତି କୁ ସେହି ଦେଶର ସ୍ପାଏ କୁହାଯାଏ।

କିନ୍ତୁ ଜଣେ ବ୍ୟକ୍ତି ଭାରତ ର ସ୍ୱାର୍ଥ ପାଇଁ ଅନ୍ୟ ଦେଶ ସହିତ ଯୋଗାଯୋଗ ରେ ରହିଲେ, ତାଙ୍କୁ ଆମେ ସ୍ପାଏ କହିପାରିବନାହିଁ। ଆମେ ଏଠାରେ 1962 ମସିହା ଚାଇନା ଏବଂ ଭାରତ ଯୁଦ୍ଧ ସମୟରେ ବିଜୁବାବୁ ଙ୍କର କାର୍ଯ୍ୟ ସମ୍ପର୍କ ରେ ଅବଗତ କରାଉଅଛୁ। ସେହି ସମୟ ରେ ଭାରତ ର ସ୍ୱାର୍ଥ ପାଇଁ ଆମେରିକା ସହିତ ବିଜୁବାବୁ ଭାରତ ର ପ୍ରତିନିଧି ଭାବେ ଯୋଗାଯୋଗ କରିଥିଲେ। ଏହା ଦ୍ୱରା ଭାରତ ର ସ୍ୱାର୍ଥ ସାଧନ ହୋଇଥିଲା। ସେ ସମୟ ରେ ଆମେରିକା ଥିଲା ଚାଇନାର ପ୍ରତିଦ୍ୱନ୍ଦୀ।
ସେ ଯାହାବି ହେଉ ଦୁବେଙ୍କର ଏହି ବିଜୁବାବୁ ଙ୍କର ବିରୋଧୀ ମନ୍ତବ୍ୟ କୁ ସବୁ ମହଲ ରେ ନିନ୍ଦା କରାଯାଉଛି। ବିଜେଡି ଏବଂ କଂଗ୍ରେସ ତ ନିନ୍ଦା କରିଛି।ଏହା ବ୍ୟତୀତ ବିଜପିର ବିଧାୟକ ବାବୁ ସଂ, ରାଜ୍ୟସଭା ସଂସଦ ଦିଲୀପ ରାୟ, ପଞ୍ଚାନନ କାନୁନଗୋ ଙ୍କ ସମେତ ବହୁ ମାନ୍ୟ ଗଣ ବ୍ୟକ୍ତି ନିନ୍ଦା କରିଛନ୍ତି।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
