ବୌଦ୍ଧ ମାର୍ଚ୍ଚ ୨୦୨୬ ତା ୨୭ ରିଖ ଠାରୁ ଏପ୍ରିଲ ୨୦୨୬ ତା ୦୬ ରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ଗୁଂଟୁର ରେ ୧୫ ତମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ଆୟୋଜିତ ହୋଇଅଛି l ଓଡ଼ିଶାଦଳର ୧୫ ବର୍ଷରୁ କମ ବଳକ ବିଭାଗ ଇଣ୍ଡିଆନ ରାଉଣ୍ଡ ତିରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧଜିଲ୍ଲାର ଦୁର୍ଗାଦତ୍ତ ମେହେର (ମନୀଷ) ଭାଗ ନେବାସହ ଓଡ଼ିଶା ଦଳକୁ ବିଜୟୀ କରି ତୃତୀୟ ସ୍ଥାନ ଅଧିକାର କରିବାସହିତ କାଂସ୍ୟ ପଦକ ହାସଲ କରିଛନ୍ତି l

ସେହିପରି ତାଙ୍କର ବଡ ଭଉଣୀ ଟେନିଶା ମେହେର ଗତ ଜାନୁଆରୀ ୨୦୨୬ ରେ ଭାରତ ସରକାରଙ୍କ ଦ୍ୱାରା ଝାରଖଣ୍ଡ ର ରାଞ୍ଚି ରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାରକରି ରୋପ୍ୟ ପଦକ ହାସଲ କରିଥିଲେ l ଉଭୟ ଭାଇ ଭଉଣୀ ବୌଦ୍ଧଭଳି ଗୋଟିଏ ଛୋଟଜିଲ୍ଲା ରୁ ଯାଇ ରାଜ୍ୟଦଳରେ ସାମିଲ ହୋଇ ଜାତୀୟସ୍ତରରେ କୃତିତ୍ୱ ହାସଲ କରିଥିବାରୁ ତାଙ୍କୁ ବୌଦ୍ଧ ଜିଲ୍ଲାର ବୁଦ୍ଧିଜୀବି, ତଥା ଜନସାଧାରଣ, ବୌଦ୍ଧ ପୌରପାଳିକା ଅଧ୍ୟକ୍ଷ ତଥା ରାମଲୀଳା ନାଟ୍ୟ ସଂସଦ ବୌଦ୍ଧ ର ସଭାପତି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର , ଜିଲ୍ଲା ଆଥଲେଟିକ ସଙ୍ଘ ବୌଦ୍ଧ ର ସମ୍ପାଦକ ତଥା ବୌଦ୍ଧ ସନ୍ତରଣ ସଙ୍ଘ ର ସମ୍ପାଦକ ବରିଷ୍ଠ କ୍ରୀଡ଼ାବିତ ରବୀନ୍ଦ୍ର କୁମାର ରାଉତ, ବରିଷ୍ଠ ଆଇନଜୀବି ନବ କୁମାର ମିଶ୍ର ,ବୌଦ୍ଧଜିଲ୍ଲା କ୍ରୀଡ଼ାସଙ୍ଘ ର ସାଧାରଣ ସମ୍ପାଦକ ତଥା କନ୍ଧମାଳ ସାଂସଦଙ୍କ ଜିଲ୍ଲାପ୍ରତିନିଧି ଯୁଗଳ କିଶୋର ସାମଲ ,ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ , ସମ୍ପାଦକ ଶ୍ରୀଯୁକ୍ତ ଅର୍ଜୁନ କଅଁର , ଡି ସିସି କଂଗ୍ରେସ ସଭାପତି ଅବ୍ଦୁଲ କଲିମ ଖାଁ (ରାଜାଭାଇ),ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧର ସଭାପତି ଶ୍ରୀଯୁକ୍ତ ମିନୁ ପ୍ରସାଦ ମିଶ୍ର , ସମ୍ପାଦିକା ସଂଯୁକ୍ତା ମଲ୍ଲିକ ଶୁଭେଚ୍ଛା ଜଣେଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l ଉଭୟ ଭାଇ ଭଉଣୀଙ୍କ ଏହି କୃତିତ୍ବ ସମ୍ବାଦ ପାଇବାପରେ ସମଗ୍ର ବୌଦ୍ଧଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି l

ସେ ଦୁହେଁ ବୌଦ୍ଧଜିଲ୍ଲା ବୁଟୁପାଲିର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେର ଓ ସନ୍ତୋଷିନୀ ମେହେରଙ୍କ ସୁକନ୍ୟା ଓ ସୁପୁତ୍ର ଅଟନ୍ତି l ବର୍ତ୍ତମାନ ଦୁର୍ଗାଦତ୍ତ ମେହେର କେନ୍ଦୁଝର ସ୍ଥିତ ଧରଣୀଧର କ୍ରୀଡା ଛାତ୍ରାବାସରେ ରହି କ୍ରୀଡା ପ୍ରଶିକ୍ଷକ ଜବାହାରଲାଲ ସିଂ ଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି l ସେହିପରି ଟେନିଶା ମେହେର ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ଛାତ୍ରାବାସରେ ରହି ପ୍ରଶିକ୍ଷକ ନାରାୟଣ ବାନାରା ଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି l

ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ
