ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀ଼ୟ ନବ ବର୍ଷ ପାଳିତ।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ହିନ୍ଦୁ ତଥା ରାଷ୍ଟ୍ରୀ଼ୟ ନବ ବର୍ଷ ଯଥାରୀତି ପାଳନ ହୋଇଯାଇଛି l ଇତି ଅବସରରେ ଭାରତୀୟ ଜନତା ଦଳର ରାଷ୍ଟ୍ରୀୟ ସଦସ୍ୟ ତଥା ଅନୁଷ୍ଠାନର ପ୍ରଥମ ସଂପାଦକ ୱାଇ ଗଣପତି ମହୋଦୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହିନ୍ଦୁ ନବବର୍ଷ ପାଳନର ମହତ୍ୱ ବିଷୟରେ ମାର୍ଗଦର୍ଶନ କରିଥିଲେ l

ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀ ରାଷ୍ଟ୍ରୀୟ ନଵ ବର୍ଷ ପାଳନ ଉଦ୍ଦେଶ୍ୟରେ ପ୍ରକୃତିର ଯେଉଁ ସତ୍ୟ ସନାତନ ପରିବର୍ତ୍ତନ ଉକ୍ତ ଦିବସରେ ଘଟୁଛି ଓ ଏହାର ପ୍ରଭାବ ଵିଷୟରେ ଶିଶୁମମାନଙ୍କୁ ମାର୍ଗ ଦର୍ଶନ କରିଥୂଲେ ।

ସଂପାଦକ ସୋମନାଥ ଗୌଡ ନିଜର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ବି ଗଜପତି ରାଓ ଉକ୍ତ ଦିବସର ମହାନତା ବିଷୟରେ ଆଶୀର୍ବଚନ ପ୍ରଦାନ କରିଥିଲେ । ଯୁଗ୍ମ ସମ୍ପାଦକ ମୀନକେତନ ପଣ୍ଡା ମଧ୍ୟ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆଚାର୍ଯ୍ୟା ଶୁଭଶ୍ରୀ ସାହୁ ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ କିଶୋର ଚନ୍ଦ୍ର ସାହୁ ପରିଚୟ ପ୍ରଦାନ କରିଥିଲେ l ଶିଶୁମାନେ ରାଷ୍ଟ୍ରୀୟ ନବ ବର୍ଷ ପାଳନ ଉଦ୍ଦେଶ୍ୟରେ ଘୋଷ୍ ବାଦ୍ୟ ସ଼ହିତ ଶୋଭାଯାତ୍ରାରେ ବାହାରିଥିଲେ ।ଗୁଣପୁର ରୁ ହୃଷିକେଶ ପାତ୍ରଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *